ଚିରଞ୍ଜୀବ ଓ ମୋକିମ୍ଙ୍କ ନିଲମ୍ବନକୁ ସମର୍ଥକଙ୍କ ବିରୋଧ
ଚିରଞ୍ଜୀବ ଓ ମୋକିମ୍ଙ୍କ ନିଲମ୍ବନକୁ ସମର୍ଥକଙ୍କ ବିରୋଧ। କଂଗ୍ରେସ ଭବନରେ ପ୍ରତିବାଦ କଲେ ଉଭୟ ନେତାଙ୍କ ସମର୍ଥକ। ଉଭୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିଛନ୍ତି ସମର୍ଥକ।
କଂଗ୍ରେସର କିଛି କର୍ମୀ ଓ ସମର୍ଥକ ଉତ୍କଳ ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୋକିମ୍ ଓ ଚିରଞ୍ଜୀବୀଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ବର୍ତ୍ତମାନ କାହା ଉପରେ ରାଗ ସୁଝାଇବାର ସମୟ ନୁହେଁ। ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆଗକୁ ଦଳ ପାଇଁ ଏହା ଆତ୍ମଘାତୀ ହେବ ବୋଲି ସମର୍ଥକମାନେ କହିଛନ୍ତି।

ଦଳ ବିରୋଧୀ କାର୍ଯ୍ୟ ନେଇ ଉଭୟଙ୍କ ନାମରେ ଅଭିଯୋଗ ହୋଇଥିଲା । ଦଳର ପିସିସି ଶରତ ପଟ୍ଟନାୟକ ଏନେଇ ଅଭିଯୋଗ କରିଥିଲେ । ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି ବୋଲି ଜଣାପଡ଼ିଛି ।
ଆପଣଙ୍କୁ କହି ରଖୁଛୁ, ମେ ୮ ତାରିଖରେ ସୂଚନା ଭବନରେ 'ଜାନକୀ-ବସନ୍ତ ଯୋଡ଼ି, ଓଡ଼ିଶାରେ ସୁବର୍ଣ୍ଣ ଯୁଗ' ଯୋଡ଼ି କାର୍ଯ୍ୟକ୍ରମରେ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ସମସ୍ତେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଭାବୁଥିବା କହିଥିଲେ । ଏପରିକି ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ପ୍ରାର୍ଥୀ ଚୟନ ଏବଂ ପ୍ରଚାରକୁ ନେଇ ଚିରଞ୍ଜୀବ ବିଶ୍ୱାଳ ପ୍ରଶ୍ନ କରିଥିଲେ ।
ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହ୍ୱିପ୍ କୁ ଅମାନ୍ୟ କରିଥିଲେ ବିଧାୟକ ମୋକିମ୍ । ସେତେବେଳେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ ।












Click it and Unblock the Notifications