ଜଗା ମାଟିରେ କିଏ ହେବ ବିଜେତା ? ପୁରୀରେ ସୁନୀଲ VS ଜୟନ୍ତ

Odisha Politics News: ଆଜି ବିଧାନସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ପ୍ରାର୍ଥା ତାଲିକା ପ୍ରକାଶ କରିଛି । ଏଥର ପୁରୀରେ ଦୁଇ ହେବିୱେଟ୍ ନେତାଙ୍କ ମଧ୍ୟରେ କଡା ଟକ୍କର ଦେଖିବା ପାଇଁ ମିଳିବ । ପୁରୀ ବିଧାନସଭା ଆସନରୁ ବିଜେପି ପୁଣି ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏହା ପୂର୍ବରୁ ବିଜେଡି ସୁନୀଲ ମହାନ୍ତିଙ୍କୁ ଏହି ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେହିପରି ନୂଆପଡ଼ା ବିଧାନସଭା ଆସନରୁ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁହାଁମୁହିଁ ହେବେ ।

ସେହିପରି କୋରେଇରୁ ଅଭିନେତା ଆକାଶ ଦାସନାୟକଙ୍କୁ ଦଳ ପକ୍ଷରୁ ଟିକେଟ୍ ମିଳିଛି ଏହଂ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ତି ଆସନରୁ ଟିକେଟ୍ ମିଳିଥିବା ବେଳେ ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବେନେଶ୍ୱର ଉତ୍ତରରୁ ବିଜେପି ଟିକେଟ୍ ଦେଇଛି ।

Assembly Election

ପ୍ରଥମ ପର୍ୟ୍ୟାୟରେ ଟିକେଟ ପାଇଥିବା ୧୭ ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ନାଉରୀ ନାୟକ, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ମୋହନ ଚରଣ ମାଝୀ, ଗଣେଶ ରାମ ଖୁଣ୍ଟିଆ, ଭାସ୍କର ମଢେଇ, ସନାତନ ବିଜୁଳି, ପ୍ରକାଶ ସୋରେନ, ସୂର୍ୟ୍ୟବଂଶୀ ସୂରଜ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ପ୍ରଦୀପ୍ତ କୁମାର ନାଏକ, ଜୟନ୍ତ କୁମାର ଷଡଙ୍ଗୀ, କେ ନାରାୟଣ ରାଓଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+