Get Updates
Get notified of breaking news, exclusive insights, and must-see stories!

ହିମାଚଳ ପ୍ରଦେଶ: ଶପଥ ନେଲେ ସୁଖବିନ୍ଦର ସିଂହ ସୁଖୁ

ହିମାଚଳ ପ୍ରଦେଶ: ଶପଥ ନେଲେ ସୁଖବିନ୍ଦର ସିଂହ ସୁଖୁ

ହିମାଚଳ ପ୍ରଦେଶ:ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂହ ସୁଖୁ । ସେହିପରି ଉପ-ମୁଖ୍ୟମନ୍ତ୍ରୀ ଭାବେ ମୁକେଶ ଅଗ୍ନିହୋତ୍ରୀ ଶପଥ ନେଇଛନ୍ତି । ହିମାଚଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଉଭୟଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଯାଇଛନ୍ତି । ଏହି ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଶପଥ ନେବା ପୂର୍ବରୁ ରାଜ୍ୟ କଂଗ୍ରେସ ପ୍ରତିଭା ବୀରଭଦ୍ର ସିଂହଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ ।

Sukhwinder Singh Sukhu

ସୂଚନାଥାଉ ଯେ, ସୁଖବିନ୍ଦର ସିଂହ ସୁଖୁ ହିମାଚଳ ପ୍ରଦେଶର ସପ୍ତମ ମୁଖ୍ୟମନ୍ତ୍ରୀ । ନିର୍ବାଚନର ଫଳାଫଳ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ବୈଠକରେ ସୁଖୁଙ୍କୁ ବିଧାୟକ ଦଳର ନେତା ଦଳର ନେତା ଭାବେ ଚୟନ କରାଯାଇଥିଲା ।

ସୂଚନା ଅନୁସାରେ, ହିମାଚଳରେ କଂଗ୍ରେସ ବହୁମତ ପାଇ ସରକାର ଗଠନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା । ଗୋଟେ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର କରୁଥିବା ବେଳେ ଅନ୍ୟପକ୍ଷରେ ସୁଖୱିନ୍ଦର ସିଂହ ସୁଖୁଙ୍କ ନାଁ ଏହି ଦୌଡ଼ରେ ସାମିଲ ହୋଇଥିଲା । ବହୁ ବାଦ ବିବାଦ ପରେ ଦଳର ହାଇକମାଣ୍ଡ ସୁଖୱିନ୍ଦର ସିଂହଙ୍କ ନାମରେ ମୋହର ମାରିଥିଲେ । କାରଣ ସୁଖବିନ୍ଦରଙ୍କ ସମର୍ଥନରେ ସବୁଠୁ ଅଧିକ ବିଧଆୟଙ୍କର ସମର୍ଥନ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+