ହିମାଚଳ ପ୍ରଦେଶ: ୧୭ ବର୍ଷ ବୟସରୁ ଆରମ୍ଭ କରିଥିଲେ ରାଜନୀତି, ଆଜି ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ
ହିମାଚଳ ପ୍ରଦେଶ: ୧୭ ବର୍ଷ ବୟସରୁ ଆରମ୍ଭ କରିଥିଲେ ରାଜନୀତି, ଆଜି ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ
ସିମଲା:ଶେଷରେ ତୁଟିଲା ହିମାଚଳ ପ୍ରଦେଶ କଂଗ୍ରେସର ମୁଖ୍ୟମନ୍ତ୍ରୀ କନ୍ଦଳ । ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଗୁତୁରୁଦାଇତ୍ୱ ନେବେ ସୁଖୱିନ୍ଦର ସିଂହ ଖୁସୁ । ଏ ନେଇ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି । ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଦଳ ମଧ୍ୟରେ ବିବାଦ ଚାଲିଥିଲା । ଆଜି ଅପରାହ୍ନ ୧.୩୦ ମିନିଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖୱିନ୍ଦର ସିଂହ ସେହିପରି ମୁକେଶ ଅଗ୍ନିହୋତ୍ରୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶିମଲା ରିଜ୍ ମୈଦାନରେ ଏହି ଶପଥଗ୍ରହଣ ସମାରୋହର ଆୟୋଜନ କରାଯିବ । ଶପଥ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ସାମିଲ ହେବେ ।

ସୂଚନା ଅନୁସାରେ, ହିମାଚଳରେ କଂଗ୍ରେସ ବହୁମତ ପାଇ ସରକାର ଗଠନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା । ଗୋଟେ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର କରୁଥିବା ବେଳେ ଅନ୍ୟପକ୍ଷରେ ସୁଖୱିନ୍ଦର ସିଂହ ସୁଖୁଙ୍କ ନାଁ ଏହି ଦୌଡ଼ରେ ସାମିଲ ହୋଇଥିଲା । ବହୁ ବାଦ ବିବାଦ ପରେ ଦଳର ହାଇକମାଣ୍ଡ ସୁଖୱିନ୍ଦର ସିଂହଙ୍କ ନାମରେ ମୋହର ମାରିଥିଲେ । କାରଣ ସୁଖବିନ୍ଦରଙ୍କ ସମର୍ଥନରେ ସବୁଠୁ ଅଧିକ ବିଧଆୟଙ୍କର ସମର୍ଥନ ରହିଥିଲା ।
ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସୁଖୱିନ୍ଦର ସିଂହ ଖୁସୁ ବର୍ତ୍ତମାନ ହିମାଚଳ ପ୍ରଦେଶ କଂଗ୍ରେସର କ୍ୟାମ୍ପେନିଂ କମିଟି ମୁଖ୍ୟ ଅଛନ୍ତି । ହାମିରପୁର ଜିଲ୍ଲା ନାଦୋନରୁ ତୃତୀୟ ଥର ପାଇଁ ବିଧାୟକ ରହିଛନ୍ତି ସୁଖବିନ୍ଦର । ଅନ୍ୟପକ୍ଷରେ ପ୍ରାୟତଃ ମୁଖ୍ୟମନ୍ତ୍ରୀ ଭାବେ ନିଶ୍ଚିତ ହୋଇଥିବା ସୁଖବିନ୍ଦର ସିଂହ ସୁଖୁ ହିମାଚଳର ସବୁଠାରୁ ଶକ୍ତିଶାଳୀ ଜାତି ରାଜପୁତ ବଂଶଧର । ସୁଖବିନ୍ଦର ସିଂ ସୁଖୁ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି ବିବେଚନା କରାଯାଏ । ରାହୁଲ ହିଁ ତାଙ୍କୁ ହିମାଚଳ ପ୍ରଦେଶର ଦଳର ସଭାପତି କରିଥିଲେ ।
ସେପଟେ ପ୍ରତିଭା ସିଂହ ତାଙ୍କ ପକ୍ଷର ବିଧାୟକମାନଙ୍କ ପାଇଁ ଅଧିକ ମନ୍ତ୍ରୀପଦ ଦାବି କରୁଛନ୍ତି । ପ୍ରତିଭା ଜଣେ ସାଂସଦ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହେବା ନେଇ ତାଙ୍କ ଦାବି ଦୁର୍ବଳ ପଡ଼ିଛି ବୋଲି କୁହାଯାଉଛି । ତେଣୁ ଏହା ପରେ ସେ ନିଜର ଦବଦବା ବଜାୟ ରଖିବା ପାଇଁ ତାଙ୍କ ପକ୍ଷର ନେତାଙ୍କୁ ମନ୍ତ୍ରୀପଦ ବିଷୟରେ ଆଲୋଚନା କରୁଛନ୍ତି । ଏହା ବ୍ୟତୀତ ପ୍ରତିଭା ସିଂହ କିମ୍ବା ବିକ୍ରମାଦିତ୍ୟଙ୍କର ମଧ୍ୟ ପ୍ରଶାସନିକ ଅଭିଜ୍ଞତା ନାହିଁ ।












Click it and Unblock the Notifications