ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ନବନିର୍ବାଚିତ ମେୟର ସୁବାସ ସିଂ । କଟକ ମେୟର ନିର୍ବାଚିତ ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ ।

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ନବନିର୍ବାଚିତ ମେୟର ସୁବାସ ସିଂ । କଟକ ମେୟର ନିର୍ବାଚିତ ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ ।

Subhash Singh

ସୁବାସ ସିଂ କହିଛନ୍ତି ଯେ, ମୁଁ ଗୋଟିଏ ପଦବୀରେ ରହି କାମ କରିବି । କଟକର ମେୟର ଭାବରେ ରହି କାମ କରିବି । ରାଜ୍ୟସଭା ସାଂସଦ ପଦବିରେ ରହି ଗତ ଦୁଇବର୍ଷ ମଧ୍ୟରେ ଓଡିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିବାକୁ ଉଦ୍ୟମ କରିଛି । ରାଜ୍ୟସଭାରେ ଜନକଲ୍ୟାଣକାରୀ ପ୍ରଶ୍ନ ଉଠାଇଥିଲି । ଭାରତବର୍ଷରେ କିଭଳି ନଦୀ ଏବଂ ଜଙ୍ଗଲ ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହେବାରେ ଲାଗିଛି ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିଛି । ଯାହା ଏବେ ଆଇନଗତ ଦିଗକୁ ଯାଉଛି । କେବଳ ଏତିକି ନୁହେଁ, ରାଜ୍ୟସଭାରେ ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରସଙ୍ଗ ମଧ୍ୟ ଉଠାଇଥିଲି । ଏହା ସହିତ, ବାରବାଟୀ ଦୁର୍ଗର ଉନ୍ନୟନ କାର୍ଯ୍ୟ, କଟକ-ସମ୍ବଲପୁର ରାସ୍ତାର ବିଳମ୍ବ ଭଳି ପ୍ରସଙ୍ଗ ସଂସଦରେ ଉଠାଇଥିଲି ।

ନିକଟରେ ପୌର ନିର୍ବାଚନରେ କଟକରେ ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂହ ମନୋନୀତ ହୋଇଥିଲେ । ସେ ନିର୍ବାଚନରେ ବହୁମତରେ ଜିତି କଟକର ନୂଆ ମେୟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୩ ମସିହାରେ ସେ ବିଜେଡିରେ ଯୋଗ ଦେଇଥିଲେ । ତା ପୂର୍ବରୁ ସେ ସିପିଏମର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଓ ସିଟୁର ଉପସଭାପତି ଥିଲେ । ବିଜେଡି ସରକାରରେ ତାଙ୍କୁ ଦୁଇ ଥର ଓଡିଶା ବିଲଡିଂ ଆଣ୍ଡ ଅଦର କନଷ୍ଟ୍ରକସନ ୱାର୍କରସ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ କରାଯାଇଛି । ୨୦୨୦ ମସିହା ମାର୍ଚ୍ଚ ମାସରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+