ଛାତ୍ରସଂସଦ ନିର୍ବାଚନ : ସରକାରଙ୍କ ନିଷ୍ପତ୍ତିକୁ ବିସିଜେଡିର ସ୍ୱାଗତ, ବିରୋଧ କଲା ଏବିଭିପି ଓ ଛାତ୍ର କଂଗେସ

ଭୁବନେଶ୍ବର : ଦୀର୍ଘ ୫ ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି l ଏହାରି ଭିତରେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜାରି କରାଯାଇଥିବା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ବି ଉଲ୍ଲେଖ ହୋଇନାହିଁ । ଏହାରି ଭିତରେ ବିଜୁ ଛାତ୍ର ଜନତା ଦଳ ଏହା ସପକ୍ଷରେ ବାହରିଛି । ଦଳ କହିଛି ଏହା ଦ୍ଵାରା ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କ୍ୟାମ୍ପସ ବି ସରଗରମ ରହିଛି ।

ଏହାରି ଭିତରେ ଛାତ୍ରସଂସଦ ନିର୍ବାଚନ ଦାବି କରି ଉଭୟ ଏବିଭିପି ଓ ଛାତ୍ର କଂଗ୍ରେସ ତରଫରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ବିଧାନସଭା ଘେରାଉ କରାଯିବାର ଚେତାବନୀ ଦିଆଯାଇଛି ।

ଛାତ୍ର ସଂସଦ ନିର୍ବାଚନ ବନ୍ଦ ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରିଛି । ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରିଛି ଛାତ୍ର କଂଗ୍ରେସ। ବାସଭବନ ଘେରାଉ ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ ।
ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରିବା ଦାବି କଲା ଛାତ୍ର କଂଗ୍ରେସ ।

student_union_election
ଏବିଭିପି କହିଛି ଶୈକ୍ଷିକ ବାତାବରଣ ର ଉଦାହରଣ କ'ଣ ? ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର NAAC ଗ୍ରେଡ୍ କମିବା?, ମହର୍ଷି ମହାବିଦ୍ୟାଳୟ, ବିଜେବି କଲେଜ ରେ ଅଣଛାତ୍ର ମାନଙ୍କ ଆତଙ୍କ ରାଜ, ନା ଗଞ୍ଜାମ୍ ର ବିନାୟକ ଆଚାର୍ଯ୍ୟ କଲେଜରେ RAGGING ଘଟଣା ।

ରାଜ୍ଯରେ ଅଧ୍ୟାପକ ପଦବୀ ଖାଲି ପଡିବା ସହ କ୍ୟାମ୍ପସରେ ଦୁର୍ନୀତି ବଢ ଭଦ୍ରକ କଲେଜରେ ଜାଲ ସାର୍ଟିଫିକେଟ୍ ଘଟଣା ଆଦି କ୍ୟାମ୍ପସରେ ମାଳ ମାଳ ସମସ୍ୟା ତାରା ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ବିଭିନ୍ନ ସଙ୍ଗଠନ କହିଛି । ତେବେ ଏହାରି ଭିତରେ ଏବିଭିପି ଓ ଛାତ୍ର କଂଗ୍ରେସ ନିର୍ବାଚନ କରିବା ନେଇ ମତ ରଖିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ଛାତ୍ର ସଂସଦ ନିର୍ବାଚନ ନ ହେବା ଦ୍ଵାରା କ୍ୟାମ୍ପସର ବାତାବରଣ ଠିକ୍ ରହିବ ବୋଲି କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+