Get Updates
Get notified of breaking news, exclusive insights, and must-see stories!

ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଦାବି: ଏବିଭିପିର ଦସ୍ତଖତ ଅଭିଯାନ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଛାତ୍ର ବିଜେଡି

ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ଜୋରଦାର ଦାବି ଦେଖିବାକୁ ମିଳିଛି । ନିର୍ବାଚନ ଆର୍ ବର୍ଷ ହେବ ବୋଲି ଆଇନ ମନ୍ତ୍ରୀ କହିଥିବା ବେଳେ ବର୍ତ୍ତମାନ୍ କ୍ୟାମ୍ପସ ନିର୍ବାଚନ ପାଇଁ ଦାବି ଦେଖିବାକୁ ମିଳୁଛି । ଏପରିକି ବିଧାନସଭାରେ ଏ ନେଇ ଦାବି ଦେଖିବାକୁ ମିଳିଛି । ବିଭିନ୍ନ ଗଣମାଧ୍ୟମରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି ରଖିଛନ୍ତି ଉଭୟ ବିସିଜେଡି ଓ ଏବିଭିପି ।

ରାଜ୍ୟ ସରକାର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ଯୋଡ଼ିବା ସହ ନିର୍ବାଚନ କରନ୍ତୁ । ଏପରି ଦାବି ନେଇ ଏବିଭିପି ପକ୍ଷରୁ ଗୁରୁବାରଠାରୁ ବିଭିନ୍ନ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ଦସ୍ତଖତ ଅଭିଯାନ ଓ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛି । ଭୁବନେଶ୍ବରର ଉତ୍କଳ ବିଶ୍ୱବିଦ୍ୟାଳୟ ଓ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଦସ୍ତଖତ ଅଭିଯାନ ଆରମ୍ଭ କରିବା ଅବସରରେ ଏବିଭିପି କହିଛି, ନେତୃତ୍ଵ ବିକାଶପାଇଁ ଛାତ୍ର ସଂସଦ ନିର୍ବାଚନର ଆବଶ୍ୟକତା ରହିଛି।

Students union election

ବିଜେଡି ସରକାର ଛାତ୍ରନେତାଙ୍କ ଭୃଣହତ୍ୟା କରିବା ପାଇଁ ନିର୍ବାଚନ ବନ୍ଦ କରି ଏକଛତ୍ରବାଦ ଶାସନ ଚଳାଇଥିଲେ। ମାତ୍ର ବର୍ତ୍ତମାନ ରାଜ୍ୟରେ ସରକାର ପରିବର୍ତ୍ତିତ ହୋଇଛି । ଛାତ୍ରସଂସଦ ନିର୍ବାଚନ ଦ୍ବାରା କଲେଜର ସାଧାରଣ ସମସ୍ୟା ସାମ୍ନାକୁ ଆସେ ଆଉ ତାର ସମାଧାନ ହୁଏ । ଚଳିତବର୍ଷ ଛାତ୍ରୀଛାତ୍ର ଉତ୍ସାହିତ, ତେଣୁ ନିର୍ବାଚନ ଅନୁଷ୍ଠିତ ହେଉ ଏବଂ ଗଣତାନ୍ତ୍ରିକ ଅଧିକାର ବୋଲି ଏବିଭିପି କହିଛି ।

ତେବେ ଏବିଭିପର ଦସ୍ତଖତ ଅଭିଯାନକୁ ନେଇ ବିଜେଡି ନିନ୍ଦା କରିଛି। ଏବିଭିପି ଡାହାଣୀ ହୋଇ ଲାଗୁଛି ଓ ଗୁଣିଆ ହୋଇ ଛଡାଇବା କାମ କରୁଛି ବୋଲି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି । ସେ କରିଛନ୍ତି ଏବିଭିପି ଦୋମୁହାଁ ନୀତି ପ୍ରଦର୍ଶନ କରୁଛି । ବିଗତ ସରକାର ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଏବିଭିପି ଦାବି କରି ବିଭିନ୍ନ ଶିକ୍ଷାନୁଷ୍ଠାରେ ବିକ୍ଷୋଭ କରିବା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶ ପୁଳିକା ଦାହ କରିବା ଭଳି ଅନେକ ବିସ୍ପୋରକ ପ୍ରଦର୍ଶନ କରୁଥିଲା । ମାତ୍ର ବର୍ତ୍ତମାନ ଭାଜପା ସରକାର ଥିବାରୁ ଏହି ଛାତ୍ର ସଂଗଠନ ନିଜ ଦାବି କେବଳ କାଗଜ ଓ କଲମରେ ସୀମିତ ରଖୁଛି ।

ସେହିପରି ଏଆଇଡିଏସଓ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ଦାବି କରିଛି । ତାରିଖ ଘୋଷଣା ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲ ସମସ୍ତ ଛାତ୍ର ସଂଗଠନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+