Get Updates
Get notified of breaking news, exclusive insights, and must-see stories!

କୋଭିଡ ମୁକାବିଲାରେ କେନ୍ଦ୍ର ଅନୁଦାନଠୁ ଅଧିକ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର: ଅମର ପଟ୍ଟନାୟକ

ଏହି ଅର୍ଥ ଗ୍ରାମାଞ୍ଚଳରେ ଖର୍ଚ୍ଚ କୋଭିଡ ମୁକାବିଲା ପାଇଁ ଖର୍ଚ୍ଚ ହେବ । ତେବେ ଏହି ଅନୁଦାନ ରାଶିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, କୋଭିଡ ମୁକାବିଲାରେ କେନ୍ଦ୍ର ଅନୁଦାନଠୁ ଅଧିକ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ଓଡ଼ିଶାକୁ ୩୩୩.୮ କୋଟିର ଅନୁଦାନ ରାଶି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଅର୍ଥ ଗ୍ରାମାଞ୍ଚଳରେ ଖର୍ଚ୍ଚ କୋଭିଡ ମୁକାବିଲା ପାଇଁ ଖର୍ଚ୍ଚ ହେବ । ତେବେ ଏହି ଅନୁଦାନ ରାଶିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, କୋଭିଡ ମୁକାବିଲାରେ କେନ୍ଦ୍ର ଅନୁଦାନଠୁ ଅଧିକ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ।

Amar Patnaik

''କେନ୍ଦ୍ର ସରକାର ଯେଉଁ 333 କୋଟି ଓଡ଼ିଶାକୁ ଦେଇଛନ୍ତି, ହିସାବ କଲେ ପ୍ରତି ଜିଲ୍ଲା ପାଇଁ 10 କୋଟି ଭାଗ ପଡ଼ିବ। ଏହାଠାରୁ ବହୁ ଅଧିକ ପୂର୍ବରୁ CM ରିଲିଫ ପାଣ୍ଠି ଓ ଅନ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇ ସାରିଛନ୍ତି। ଗତ ବର୍ଷ ମହାମାରୀ ମୁକାବିଲା ପାଇଁ ପ୍ରତି ପଞ୍ଚୟତକୁ 5 ଲକ୍ଷ ବି ଦେଇଥିଲେ। କେନ୍ଦ୍ର ଯେଉଁ ଅର୍ଥ ଦେଲା, ଆଉ ଆଗରୁ ଦେବାର ଥିଲେ। ଦ୍ୱିତୀୟ ଇନଷ୍ଟଲମେଣ୍ଟ ବି ଜଲଦି ଦିଅନ୍ତୁ।'' ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।

ସେହିପରି ଆଉ ମୁଖ୍ୟମନ୍ତ୍ରୀ ଯେଉଁ ଟିକା ଉପରୁ GST ଛାଡ଼ ପାଇଁ ନିବେଦନ କରିଛନ୍ତି, ତାହା କରନ୍ତୁ କେନ୍ଦ୍ର ସରକାର। ଏପରିକି ସମ୍ପୂର୍ଣ୍ଣ ଟିକା ଖର୍ଚ୍ଚ କେନ୍ଦ୍ର ବହନ କରନ୍ତୁ। ଏପରି ହେଲେ, ବଳକା ଅର୍ଥ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶରେ ଲାଗି ପାରିବ ବୋଲି କହିଛନ୍ତି ଅମର ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+