ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି କଲେ ରାଜ୍ୟ ସରକାର
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ସମ୍ପର୍କରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର ସରକାରଙ୍କ ଏମ୍ଏସ୍ପି ବୃଦ୍ଧିକୁ ମାମୁଲି ବୋଲି କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ।
ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ସମ୍ପର୍କରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର ସରକାରଙ୍କ ଏମ୍ଏସ୍ପି ବୃଦ୍ଧିକୁ ମାମୁଲି ବୋଲି କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ।

ସୂଚନାଥାଉ କି, ଗତ ୯ ତାରିଖରେ କେନ୍ଦ୍ର ସରକାର ୨୦୨୧-୨୨ ଖରିଫ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗତ ବର୍ଷଠାରୁ ମାତ୍ର ୭୨ଟଙ୍କା ବୃଦ୍ଧି କରାଯାଇଛି। ଗତବର୍ଷ ଏହା
1868 ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ 1940 ଟଙ୍କା କରାଯାଇଛି । ସେହିପରି ଗ୍ରେଡ ଏ ଧାନର ସର୍ବନିମ୍ନ ମୂଲ୍ୟ 1960 ଟଙ୍କା କରାଯାଇଛି । ତେବେ ଏହି ମୂଲ୍ୟ ରାଜ୍ୟର ଚାଷୀମାନଙ୍କ ହିତରେ ସାହାଯ୍ୟ କରିବ ନାହିଁ। ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଓଡ଼ିଶାର ଚାଷୀ ଧାନ ବିକ୍ରି କଲେ ଗରିବ ହୋଇଯିବାର ଆଶଙ୍କା ରହିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଏହାଦ୍ୱାରା ଚାଷୀମାନେ ଉପକୃତ ହେବେ। ଏନେଇ କେନ୍ଦ୍ରକୁ ମଧ୍ୟ ବାରମ୍ବାର ଚିଠି ଲେଖାଯାଇଛି। ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ଆଶୁ ସମାଧାନ କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ା ଯାଇଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।












Click it and Unblock the Notifications