ନୂଆ କୃଷିନୀତି ବାତିଲ୍ ପାଇଁ ପ୍ରଦେଶ କଂଗ୍ରେସର ଦାବି

ମୋଦି ସରକାରଙ୍କ ଦ୍ୱାରା ପ୍ରବର୍ତିତ ୩ଟି ଯାକ ନୂଆ କୃଷି ଆଇନ୍ ବିରୋଧରେ ଦେଶ ତମାମ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାରୁ ସରକାର ଏହି କଳା ଆଇନ୍‌ଗୁଡିକୁ କାଳବିଳମ୍ବ ନକରି ପ୍ରତ୍ୟାହାର କରିନେବାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି ।

ଭୁବନେଶ୍ୱର: ମୋଦି ସରକାରଙ୍କ ଦ୍ୱାରା ପ୍ରବର୍ତିତ ୩ଟି ଯାକ ନୂଆ କୃଷି ଆଇନ୍ ବିରୋଧରେ ଦେଶ ତମାମ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାରୁ ସରକାର ଏହି କଳା ଆଇନ୍‌ଗୁଡିକୁ କାଳବିଳମ୍ବ ନକରି ପ୍ରତ୍ୟାହାର କରିନେବାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି । ସେହିପରି ନବୀନ ସରକାର ସଂସଦରେ ଏହି ବିଲ୍ ଆଗତ ବେଳେ ଯେମିତି ଗୋଟିଏ ଗୃହରେ ସମର୍ଥନ ଓ ଅନ୍ୟ ଗୃହରେ ମିଛି ମିଛିକା ବିରୋଧର ନାଟକ କଲେ ସେଥିରୁ ନିବୃତ ହୋଇ ତୁରନ୍ତ ପଞ୍ଜାବ ଓ କେରଳ ପରି ବିଧାନସଭାରେ ବିଲ୍ ଗୃହୀତ କରାନ୍ତୁ ବୋଲି ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି ।

state Congress

ଆଜି କଂଗ୍ରେସ ଭବନରେ ଆୟୋଜିତ ଏ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୋଦି ସରକାରଙ୍କ ଚାଷୀ ବିରୋଧି ମାନସିକତାକୁ ଦୃଢ଼ ସମାଲୋଚନା କରି ଏହା କୃଷକମାନଙ୍କୁ ସର୍ବସ୍ୱାନ୍ତ କରିବାକୁ ଏକ ବୃହତ୍ ଷଡଯନ୍ତ୍ର ଏବଂ ଶିଳ୍ପପତି, ପୁଞ୍ଜିପତିମାନଙ୍କ ଏକଛତ୍ରବାଦ ପ୍ରତିଷ୍ଠା ନିମିତ ଉଦ୍ଦିଷ୍ଟ ଆତ୍ମଘାତୀ ନୀତି ବୋଲି ଅଭିଯୋଗ କରିଥିଲେ । ଅହଂକାର ପରିତ୍ୟାଗ କରି ମାସେରୁ ଅଧିକ ଦିନ ଧରି ଶୀତ କାକରରେ ରାସ୍ତା ଉପରେ ପଡିଥିବା ଚାଷୀମାନଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ତିନୋଟି ଯାକ ଜନବିରୋଧି ନୀତି ବାତିଲ୍ କରିବା ଉଚିତ୍ ବୋଲି ସେ ଦୃଢ଼ ଦାବି କରିଥିଲେ ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ମିଥ୍ୟା ତଥ୍ୟ ଆଧାରରେ ଉପାସରକାରକୁ ଯେଭଳି ସମାଲୋଚନା କରୁଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଆକ୍ଷେପ କରି ଓଡିଶାର ଚାଷୀକୂଳକୁ ଏମିତି ଭ୍ରମିତ କରିବା ପରିବର୍ତେ ଖୋଲା ବିତର୍କକୁ ଆସିବାକୁ ଆହ୍ୱାନ ଦେଇଥିଲେ । ଉପା ସରକାରକୁ ସମାଲୋଚନା କରିବା ପୂର୍ବରୁ ଭାଜପା ବା ବିଜେପି ନେତାମାନେ ଇତି ମଧ୍ୟରେ ବୃଦ୍ଧି ପାଇଥିବା ପେଟ୍ରୋଲ ଓ ଡିଜେଲ୍‌ର ଦର, ବିଦ୍ୟୁତ୍ ଦର, ବର୍ଦ୍ଧିତ ମଜୁରୀ ଏବଂ ମୁଦ୍ରାସ୍ପିତି ଆଦି ଯୋଗୁଁ ଯେଉଁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ତାହା ହିସାବକୁ ନନେବା ଦୁର୍ଭାଗ୍ୟଜନକ ଓ ଉଦ୍ଦେଶ୍ୟମୂଳକ ବୋଲି ସେ କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ମୁଖପାତ୍ର ଅମିୟ ପାଣ୍ଡବ, ମନୋରଞ୍ଜନ ଦାଶ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+