ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ ବୈଠକ
ଭୁବନେଶ୍ବର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଆଜି ଅପରାହ୍ନ ୫:୩୦ରେ ମନ୍ତ୍ରୀ ପରିଷଦ ବୈଠକ ହେବ ଏବଂ ୫:୪୫ରେ ରାଜ୍ୟ କ୍ୟାବିନେଟର ବୈଠକ ବସିବା ସ୍ଥିର ହୋଇଛି।

ଡିସେମ୍ବର ପହିଲାରୁ ଆରମ୍ଭ ହେଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଆଗାମୀ ବିଧାନସଭା ଅଧିବେଶନ ପରିପ୍ରେକ୍ଷୀରେ ଆଗୁଆ ପଦକ୍ଷେପ ଭାବରରେ ସରକାର ରଣନୀତି ପ୍ରସ୍ତୁତ କରିବା ଆକଳନ କରାଯାଉଛି। ସେହିପରି ଚଳିତ ବିଧାନସଭାରେ ପ୍ରମୁଖ ପ୍ରସଙ୍ଗ ଭାବରେ ମମିତା ମେହେର ମର୍ଡର କେସକୁ ନେଇ ପ୍ରସ୍ତୁତ ହୋଇପାରେ ରଣନୀତି।












Click it and Unblock the Notifications