ଆଜି ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ: ସଙ୍ଗଠନ ମଜବୁତ୍ ସହ ନିର୍ବାଚନ ପାଇଁ ରଣନୀତି ହୋଇପାରେ ପ୍ରସ୍ତୁତ

ଦୁଇଟି ପର୍ଯ୍ୟାୟରେ ଆଜି ବସିବ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ। ସଙ୍ଗଠନ ମଜବୁତ୍ ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ ଆଲୋଚନା ହେବ। ୨୦୨୪ ବ୍ଲୁ ପ୍ରିଣ୍ଟ ନେଇ ଆଲୋଚନା କରିବେ ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।

ପ୍ରଥମ ପର୍ଯ୍ୟାୟରେ ଲୋକସଭା କ୍ଷେତ୍ର ଗୁଡ଼ିକରେ ଦଳୀୟ ସ୍ଥିତି ନେଇ ହେବ ଆଲୋଚନା । ଏଥିରେ ୧୩ ଲୋକସଭା କ୍ଷେତ୍ର ଗୁଡ଼ିକର ପରାଜିତ ପ୍ରାର୍ଥୀ, ପ୍ରଭାରୀ, ସହ ପ୍ରଭାରୀ ଏବଂ ବିଭିନ୍ନ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ।

BJP

ଏହି ବୈଠକ ପରେ ଦଳର ବିଧାୟକ ମାନଙ୍କ ସହ ଭର୍ଚୁଆଲ ବୈଠକ କରିବେ ସୁନିଲ ବଂଶଲ । ଏହାସହ ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ ହେବ ସାଂଗଠନିକ ଚର୍ଚ୍ଚା ଓ ଆଲୋଚନା । ତେବେ ନିଜର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ବି ଚର୍ଚ୍ଚା ହୋଇପାରେ।

ଆଗକୁ ନିର୍ବାଚନ ଆସୁଥିବାରୁ ଦଳ ସଂଗଠନର ଦାୟୀତ୍ବକୁ ପରିବର୍ତ୍ତନ କରିପାରେ। ଗୋଟେ ପରେ ବିଜେଡି ନିଜର ସଙ୍ଗଠନ ମଜବୁତ୍ କରୁଥିବା ବେଳେ ବିଜେପି ସେହିଭଳି ଆଖି ଦୃଷିଆ ପଦକ୍ଷେପ ନେଇନି। ରାଜ୍ୟ ସଭାପତି ପଦକୁ ଛାଡ଼ି ଅନ୍ୟ କୌଣସ ପଦରେ ପରିବର୍ତ୍ତନ ହୋଇନାହିଁ। ଯୁବମୋର୍ଚ୍ଚାର ନୂଆ ଟିମ ବି ଘୋଷଣା ହୋଇନାହିଁ। ଏହି ବୈଠକ ନିହାତି ରୂପେ ଗୁରୁତ୍ଵ ରଖୁଛି।

ଯଦି ଆଗୁଆ ନିର୍ବାଚନ ହେବ ତେବେ ଦଳର କଣ ପ୍ରସ୍ତୁତି ଏବେଠୁ ରହିବା ନେଇ ବୈଠକରେ ଆଲୋଚନା ହୋଇପାରେ। ଏହାରି ଭିତରେ ସୁନୀଲ ବଂଶଲଙ୍କ ଭୂମିକା ନିର୍ଣ୍ଣାୟକ ହୋଇପାରେ ବୋଲି କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+