ମନ୍ତ୍ରୀପଦ ପାଇଁ ବ୍ଲାକମେଲିଂ କରୁଛନ୍ତି ସୌମ୍ୟରଞ୍ଜନ: ଅନୁଭବ
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଜାରି ରହିଛି କ୍ଷମତା ଉପଭୋଗ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ବିଭିନ୍ନ ଜିଲ୍ଲାକୁ ଗସ୍ତ ନେଇ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ତେବେ ଅପରାଜିତାଙ୍କ ଏହି ଟାର୍ଗେଟ୍କୁ ନିଜର ମତାମତ ଆଲେଖ୍ୟ ଜରିଆରେ ଲେଖିଛନ୍ତି ଦୈନିକ ସମ୍ପାଦପତ୍ର 'ସମ୍ବାଦ'ର ସମ୍ପାଦକ ତଥା ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଅପରାଜିତଙ୍କ ଅଡୁଆ ପ୍ରଶ୍ନ ନାମକ ଏକ ଶୀର୍ଷକରେ ଭୁବନେଶ୍ୱର ସାଂସଦଙ୍କୁ ତେରଛା ବାଣ ମାରିଛନ୍ତି ସୌମ୍ୟରଞ୍ଜନ । ସେହିପରି ନବୀନ ସରକାରଙ୍କୁ ବି ଟାର୍ଗେଟ୍ କରିଛନ୍ତି ସୌମ୍ୟରଞ୍ଜନ ।

ସୌମ୍ୟ ଲେଖିଛନ୍ତି, ଏବେ ଅନେକ ସ୍ଥାନରେ ବିଭାଗୀୟ ମନ୍ତ୍ରୀଙ୍କ ସ୍ଥାନରେ ସଚିବ ଗସ୍ତ କରୁଛନ୍ତି । ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀ ଯଦି ସଚିବଙ୍କୁ ଦାୟିତ୍ୱ ଦେବେ, ଏଥିରେ ତାଙ୍କର ଦୋଷ କେଉଁଠି ରହିଲା ବୋଲି କହିଛନ୍ତି ସୌମ୍ୟରଂଜନ ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସର୍ବଭାରତୀୟ ସେବାର ସର୍ବୋଚ୍ଚ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ରହିଛି। ସେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ନକରି ଏଠାରେ ହଟଚମଟ କାହିଁକି ସୃଷ୍ଟି କରୁଛନ୍ତି । ବିଜେଡି ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ଶାସନ କରି ଆସୁଛି । ଓଡ଼ିଶାବାସୀଙ୍କ ଏ ଭଲ ପାଇବାର ଉତ୍ତର ଦେବାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଏ ପ୍ରକାର ହଟଚମଟ ସୃଷ୍ଟିକାରୀଙ୍କୁ ଉଚିତ ଯବାବ ଦିଅନ୍ତୁ ବୋଲି ଲେଖିଛନ୍ତି ସୌମ୍ୟରଞ୍ଜନ ।
ସେ ଆହୁରି କହିଛନ୍ତି, '୫-ଟି ସଚିବଙ୍କ କ୍ଷମତା ଉପଭୋଗ ସମ୍ପର୍କରେ ସାଧାରଣରେ ଯାହା ଆଲୋଚନା ହେଉଛି, ତାହା ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ? ଯଦି ଜାଣୁଛନ୍ତି, 'ମୌନଂ ସମ୍ମତି ଲକ୍ଷଣମ୍' ନ୍ୟାୟରେ ଏହା ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛା ବୋଲି ଧରିନେବାକୁ ହେବ କି?
Typical blackmailing tactics starts. Due to a vacancy in ministry, he now wants to become a minister. This person is so ungrateful & unreliable. He joined Congress, went to BJP, then NCP, back to Congress, then formed own party, came to BJD and now seems to be again going to BJP.
— Anubhav Patnaik (@anubhavpatnaik7) June 25, 2023
ଅନ୍ୟପଟେ ଏହି ସମ୍ପାଦକୀୟ ଲେଖାକୁ ନେଇ ଟାର୍ଗେଟ୍ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ସୌମ୍ୟରଞ୍ଜନଙ୍କ ନା ନେଇ ଏକ ଟ୍ବିଟ୍ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ବିଧାୟକ ଏବେ ବ୍ଲାକମେଲିଂ କରିବାକୁ ଚେଷ୍ଟା କରୁଛନ୍ତି । ଏବେ ମନ୍ତ୍ରିମଣ୍ଡଳରେ ଖାଲି ଅଛି । ତେଣୁ ବ୍ଲାକମେଲିଂ କରିବାକୁ ଚେଷ୍ଟା କରି ନିଜର ମନ୍ତ୍ରୀ ହେବାର ଅଭିଳାଶକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ସେ ଲେଖିଛନ୍ତି ଯେ, 'ସୌମ୍ୟବାବୁ ଜଣେ ଜଣେ ସ୍ୱାର୍ଥପର ଲୋକ । କେମିତ ମନ୍ତ୍ରୀ ହେବେ, ସେଥିପାଇଁ ଲାଳସା ରଖୁଛନ୍ତି । ମଣିଷ ସ୍ୱାର୍ଥହାନୀ ହେଲେ ଏଭଳି ପନ୍ଥା ଆପଣାନ୍ତି' ।
ଏଭଳି ବ୍ୟକ୍ତି କେବେ ବି କୃତଜ୍ଞ ହୋଇପାରିବେ ନାହିଁ କିମ୍ବା ବିଶ୍ବାସଯୋଗ୍ଯ ହୋଇପାରିବେ ନାହିଁ। ସେ ପ୍ରଥମେ କଂଗ୍ରେସ ଛାଡି ବିଜେପି ଗଲେ ପରେ ଏନସିପି ଏହାପରେ ପୁଣି କଂଗ୍ରେସକୁ ଫେରିଲେ ଆଉ ପରେ ନିଜର ଦଳ ଗଢିଲେ ଏବେ ବିଜେଡିରୁ ବିଧାୟକ ହୋଇଛନ୍ତି । ଆଉ ଏବେ ସେ ବିଜେପି ମୁହାଁ ବୋଲି ନା ନେଇ ଅନୁଭବ ପଟ୍ଟନାୟକ ଏହା କହିଛନ୍ତି ।












Click it and Unblock the Notifications