ବିଜେଡିରୁ ଇସ୍ତଫା ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା ଓ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଇସ୍ତଫା । ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି।

ସେହିପରି ବିଜେଡିରୁ ଇସ୍ତଫା ଦେଲେ ପର୍ଶୁରାମ ଧଡ଼ା । ସୋର ବିଧାୟକ ପର୍ଶୁରାମ ଧଡ଼ା ଇସ୍ତଫା ଦେଇଛନ୍ତି । ଦଳ ଟିକେଟ ନଦେବାରୁ ଇସ୍ତଫା ଦେଲେ ପର୍ଶୁରାମ । ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇଛି ।

Parsuram Dhada and Debendra Kanhar

ନିର୍ବାଚନ ନିଶ୍ଚିତ ଲଢ଼ିବି କହିଲେ ପର୍ଶୁରାମ ଧଡ଼ା । ଦଳରୁ ଲଢ଼ିବି ନା ସ୍ୱାଧୀନ, ଲୋକଙ୍କ ସହ ପରାମର୍ଶ ପରେ ନିଷ୍ପତ୍ତି ବୋଲି ସେ କହିଛନ୍ତି।
ଟିକେଟ ନଦେବା ବିଜେଡି ପାଇଁ ମହଙ୍ଗା ପଡ଼ିବ କି ନା, ସମୟ କହିବ ବୋଲି ସେ କହିଛନ୍ତି ।

ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅଙ୍କୁ ଟିକେଟ ମିଳିଛି । ବିବାଦରେ ଥିବାରୁ ତାଙ୍କ ଟିକେଟ କରିଥିବା କୁହାଯାଉଛି । ତେବେ ଦଳ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି । ମାହାଙ୍ଗାରୁ ଏଥର ନୂଆ ମୁହଁ ଦେଇଛି ଦଳ ।

ମାହାଙ୍ଗା ଡବଲ ମର୍ଡରରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ବାରମ୍ବାର ଅଭିଯୋଗ କରିଥିଲା ବିଜେପି । ଯେଉଁଥିପାଇଁ ସେ ବିବାଦରେ ରହିଥିଲେ । ତେଣୁ ଦଳ ତାଙ୍କ ପୁଅକୁ ଟିକେଟ ଦେଇଛି ।

ସେହିପରି ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କ ଟିକେଟ କଟିଛି । ବିଜୟ ଶଙ୍କର ଦାସଙ୍କ ତାଙ୍କ ବାନ୍ଧବୀଙ୍କ ସହ ବିବାଦ ମହଙ୍ଗା ପଡିଛି । ବିବାଦରେ ଚାଲିଆସିଥିବା ଏହି ନେତାଙ୍କୁ ବିଜେଡି ଭରସା କରିନି । ତେଣୁ ଦଳ ରମାକାନ୍ତ ଭୋଇଙ୍କୁ ଟିକେଟ ଦେଇଛି ।

ରମାକାନ୍ତ ଭୋଇ ୨୦୨୦ରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ସେ ୨୦୧୪ ଓ ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ହେଲେ ବିଜେଡିରୁ ଟିକେଟ ପାଇବା ପରେ ଦଳ ତାଙ୍କୁ ଭରସା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+