ମାଟ୍ରିକ ପାସ କଲେ ସୋରଡା ବିଧାୟକ, ଚିତ୍ରାଙ୍କନରେ ରଖିଛନ୍ତି ସର୍ବାଧିକ ୮୫ ମାର୍କ

ମାଟ୍ରିକ ପାସ କରିଛନ୍ତି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ମୋଟ ୫୦୦ 340 ନମ୍ବର ସହ B2 ଗ୍ରେଡ ରଖି ପାସ ହୋଇଛନ୍ତି ବିଧାୟକ। ସୋରଡା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ସେ ପରୀକ୍ଷା ଦେଇଥିଲେ ।

ଭୁବନେଶ୍ୱର: ମାଟ୍ରିକ ପାସ କରିଛନ୍ତି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ମୋଟ ୫୦୦ 340 ନମ୍ବର ସହ B2 ଗ୍ରେଡ ରଖି ପାସ ହୋଇଛନ୍ତି ବିଧାୟକ। ସୋରଡା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ସେ ପରୀକ୍ଷା ଦେଇଥିଲେ ।

Sorda MLA

ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଚଳିତବର୍ଷ ଅଫଲାଇନରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେ ଏଥିରେ କୃତ୍ତକାର୍ଯ୍ୟ ହୋଇଛନ୍ତି। ପେଣ୍ଟିଂରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ସର୍ବାଧିକ ୧୦୦ରୁ ୮୫ ମାର୍କ ରଖିଥିବା ବେଳେ ଇଂରାଜୀରେ ୧୦୦ରୁ ୪୪ ମାର୍କ ରଖିଛନ୍ତି।

ସୂଚନାଯୋଗ୍ୟ, ସ୍ୱତନ୍ତ୍ର ମୂଲ୍ୟାଙ୍କନ ମାର୍କକୁ ନେଇ କିଛି ମାଟ୍ରିକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ସେମାନଙ୍କ ପାଇଁ ସରକାର ଅଫଲାଇନ ପରୀକ୍ଷା କରାଇଥିଲେ। ଅଫଲାଇନ ପରୀକ୍ଷା ଦେବାକୁ ୬,୬୨୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୫୨୩୩ ଜଣ ପାସ୍ ହୋଇଥିବା ବେଳେ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଫେଲ୍ ହୋଇଥିବା ୧୪୧ ପିଲାଙ୍କ ମଧ୍ୟରୁ ୮୦ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+