ମାଟ୍ରିକ ପରୀକ୍ଷା ଦେଲେ ସୋରଡା ବିଧାୟକ
ତିନି ତିନି ଥର ବିଧାୟକ ହୋଇଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଶାସକ ଦଳ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ।
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ ମାଟ୍ରିକ ପରୀକ୍ଷା । ୫୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଏହା ମଧ୍ୟରେ ତିନି ତିନି ଥର ବିଧାୟକ ହୋଇଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଶାସକ ଦଳ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ।

୧୯୭୨ ମସିହା ଅକ୍ଟୋବର ୨ରେ ଜନ୍ମିତ ଶ୍ରୀ ସ୍ୱାଇଁ ୨୦୦୯ରୁ ସୋରଡା ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ସେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାରିବାରିକ, ରାଜନୈତିକ, ଲୋକଙ୍କ ସମାଜସେବା ଭିତରେ ରହି ସୁଯୋଗ ପାଇ ପାରିନଥିଲେ । କିନ୍ତୁ ଆଜି ସେ ମାଟ୍ରିକ ପରୀକ୍ଷା ଦେବା ପାଇଁ ନିଜର ଆଡ଼ମିଟ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି ।
ଅଫଲାଇନ ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ପ୍ରଥମ ବିଷୟ ପରୀକ୍ଷା ଦେଇଛନ୍ତି ବିଧାୟକ । ବିଧାୟକ କରେସପେଣ୍ଡାଣ୍ଟ କୋର୍ସରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ର ମୋଟ୍ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଅଣ ସ୍କୁଲ ଭାବରେ ୨୫ ଜଣ ଛାତ୍ର ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପରୀକ୍ଷା ଦେଉଛନ୍ତି ।
ସେଣ୍ଟରରେ ସାନିଟାଇଜର ବ୍ୟବସ୍ଥା, ସିସିଟିଭି କ୍ୟାମେରା ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯାଇଛି । ଅନ୍ୟପଟେ ବିଧାୟକଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସ୍କୁଲକୁ ଜଣାଇଥିଲେ । ତେଣୁ ତାଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ଆୟୋଜନ କରାଯାଇଛି । ହେଲେ ପରବର୍ତ୍ତି ସମୟରେ ଯଦି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ତାହାହେଲେ ବିଧାୟକ ସମସ୍ତ ପରୀକ୍ଷାର୍ଥୀଙ୍କ ସହିତ ପରୀକ୍ଷା ଦେଇପାରିବ । ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ୩ ଥର ବିଧାୟକ ହୋଇଥିଲେ ମଧ୍ୟ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି । ସେହପରି ପାଠ ପଢିବା ପାଇଁ ବୟସ ଏକ ମାପ କାଠି ନୁହେଁ ତାହା ମଧ୍ୟ ଏହି ବିଧାୟକଙ୍କ ପରୀକ୍ଷା ଦେବାକୁ ନେଇ ବାର୍ତ୍ତା ଯାଇଛି ବୋଲି କୁହାଯାଉଛି ।












Click it and Unblock the Notifications