Waqf Amendment Bill: ଦେବାଶିଷଙ୍କୁ ଟାର୍ଗେଟ୍ କଲେ ସୋଫିଆ
ଏମ୍ପି ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ। ଓ୍ବକଫ୍ ବିଲ୍ ଭୋଟ୍ ବେଳେ ଓ୍ବାକଆଉଟ୍କୁ ନେଇ ସିଧା ଟାର୍ଗେଟ କରିଛନ୍ତି ସୋଫିଆ।
ସେ କହିଛନ୍ତି, ଓ୍ବାକଆଉଟ୍ ଅର୍ଥ ଦେବାଶିଷ ବାବୁ ଭାଜପାକୁ ସମର୍ଥନ କରିଛନ୍ତି। ଗୋଟିଏ ଭୋଟ୍ କମିଲା ଅର୍ଥ ସେମାନଙ୍କ ଓ୍ବେଟେଜ୍ ବଢ଼ିଲା। ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ। ଯଦି ବାରବାଟୀ ଲୋକଙ୍କ ସହ ଭାବାବେଗ ଥାଆନ୍ତା ସେ ନିଶ୍ଚିତ ବିରୋଧ କରିଥାନ୍ତେ।
ନିଜକୁ ବଞ୍ଚାଇବା ପାଇଁ ବିରୋଧ ନ କରି ଓ୍ବାକ୍ଆଉଟ୍ କରିଛନ୍ତି। ସେ ଭାଜପା ସହ ୧୦୦% ଡିଲ କରିଛନ୍ତି। ୨୪ ବର୍ଷର ସ୍କାମ ଧୋଇବାକୁ ସବୁକ୍ଷେତ୍ରରେ ସମର୍ଥନ କରିଛନ୍ତି। ଯାହାଦ୍ୱାରା ସେ କଟକର ମୁସଲମାନଙ୍କ ସହ ଲୋକଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସୋଫିଆ ସିଧାସିଧା କହିଛନ୍ତି।

ଓ୍ବକ୍ଫ ସଂଶୋଧନ ବିଲ୍ ୨୮୮-୨୩୨ ଭୋଟରେ ପାରିତ ହୋଇଥିଲା। ଉଚ୍ଚ ସଦନରେ ବିଲ୍କୁ ବିରୋଧ କରି କେତେଜଣ ବିପକ୍ଷ ସଦସ୍ୟ କଳା ବ୍ୟାଚ୍ ପରିଧାନ କରିଥିଲେ। ବିଲ୍ ଆଗତ କରି ରିଜିଜୁ କହିଥିଲେ, ଏଥିରେ ଓ୍ବକ୍ଫ ସମ୍ପତ୍ତି ପରିଚାଳନାରେ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଓ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ମୁସଲମାନମାନେ 'ଓ୍ବକିଫ୍' ହୋଇପାରିବେ। କେନ୍ଦ୍ରୀୟ ଓ୍ବକ୍ଫ କାଉନ୍ସିଲର ସଂଖ୍ୟାଗରିଷ୍ଠ ସଦସ୍ୟ ଅଣମୁସଲିମ ହେବା ପ୍ରଶ୍ନ ଉଠୁନାହିଁ।
୨୦୦୪ରେ ୪.୯ ଲକ୍ଷ ଓ୍ବକ୍ଫ ସମ୍ପତ୍ତି ଥିବାବେଳେ ବର୍ତ୍ତମାନ ଏହା ୮.୭୨ ଲକ୍ଷରେ ପହଞ୍ଚତ୍ଛି। ପୂର୍ବ ସରକାରଗୁଡ଼ିକ ଅମଳରେ ଯେଉଁ କାର୍ଯ୍ୟ ବାକି ରହିଯାଇଥିଲା, ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ନୂଆ ବିଲ୍ ଅଣାଯାଇଥିବା ଦର୍ଶାଇ ଏହାକୁ ଗୃହୀତ କରାଇବା ଲାଗି ରିଜିଜୁ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଥିଲେ। ପ୍ରାୟ ୧୪ ଘଣ୍ଟା ଧରି ବିତର୍କ ଚାଲିବା ପରେ ବିଧେୟକକୁ ଉଚ୍ଚ ସଦନର ମଞ୍ଜୁରୀ ମିଳିଥିବା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ରାତି ୨ଟା ୩୩ ମିନିଟ୍ରେ ଘୋଷଣା କରିଥିଲେ।
ରାଜ୍ୟ ସଭାରେ ବର୍ତ୍ତମାନ ସଦସ୍ୟଙ୍କ ସଂଖ୍ୟା ୨୩୬। ବିଲ୍ ପାରିତ ହେବା ପାଇଁ ୧୧୯ ଭୋଟ ଆବଶ୍ୟକ ଥିବାବେଳେ ଏନ୍ଡିଏ ସଦସ୍ୟଙ୍କ ସଂଖ୍ୟା ୧୧୭ ରହିଛି। ତେବେ ୨ ଜଣ ମନୋନୀତ ଓ ୬ ସ୍ବାଧୀନ ସଦସ୍ୟଙ୍କୁ ମିଶାଇଲେ ଏନ୍ଡିଏର ସଂଖ୍ୟାବଳ ହେଉଛି ୧୨୫। ସେମାନଙ୍କ ମଧ୍ୟରୁ ଭାଜପାର ୯୮, ଜେଡିୟୁ ୪, ଅଜିତ୍ ପାଓ୍ବାରଙ୍କ ଏନ୍ସିପିର ୩, ଟିଡିପି ୨ ଏବଂ ଅନ୍ୟ ୧୦ ଛୋଟ ସହଯୋଗୀ ଦଳର ଜଣେ ଲେଖାଏ ସଦସ୍ୟ ରହିଛନ୍ତି। ଅନ୍ୟପକ୍ଷେ ଇଣ୍ଡିଆ ବ୍ଲକ୍ର ସଦସ୍ୟ ସଂଖ୍ୟା ହେଉଛି ୮୮।
ସେମାନଙ୍କ ମଧ୍ୟରୁ କଂଗ୍ରେସର ୨୭ ସଦସ୍ୟ ଥିବାବେଳେ ଟିଏମ୍ସିର ୧୩, ଡିଏମ୍କେ ୧୦, ଆପ୍ ୧୦, ଆର୍ଜେଡି ୫, ଏସ୍ପି ୪, ସିପିଆଇଏମ୍ ୪ ଏବଂ ଜେଏମ୍ଏମ୍ର ୩ ସଦସ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ବିଜେଡିର ୭, ଓ୍ବାଇଏସ୍ଆର୍ସିପିର ୭ ସମେତ ଅଣଏନ୍ଡିଏ ଏବଂ ଅଣଇଣ୍ଡିଆ ଦଳଗୁଡ଼ିକର ସଦସ୍ୟଙ୍କ ସଂଖ୍ୟା ହେଉଛି ୨୩। ବିଲ୍ ଗୃହୀତ କରାଇବାରେ ଏଭଳି ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କୁହାଯାଉଛି।












Click it and Unblock the Notifications