ସୋନୁ ସୁଦଙ୍କ ଭଉଣୀ ଯୋଗ ଦେବେ ସକ୍ରିୟ ରାଜନୀତିରେ
ଭୁବନେଶ୍ବର: ଅଭିନେତା ସୋନୁ ସୁଦଙ୍କ ଭଉଣୀ ଯୋଗ ଦେବେ ସକ୍ରିୟ ରାଜନୀତିରେ। ସୋନୁ ନିଜେ କେବେ ରାଜନୀତିରେ ଯୋଗ ଦେବେ ଏବଂ କେଉଁ ଦଳରେ ଯୋଗ ଦେବେ ସେନେଇ ଜଣାଇବା ପୂର୍ବରୁ ତାଙ୍କ ଭଉଣୀ ମଳବିକା ଏବେ ନିର୍ବାଚନ ଲଢିବେ ବୋଲି ଜଣାଇଛନ୍ତି ସୋନୁ। ପଞ୍ଜାବର ମୋଗାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା ଘୋଷଣା କରିଛନ୍ତି। ନିଜେ ରାଜନୀତିରେ ସଠିକ ଭାବରେ କେବେ ଯୋଗ ଦେବେ ସେ କଥାକୁ ସୋନୁ ଏବେ ଏଡାଇ ଦେଇଛନ୍ତି। ଜନତାଙ୍କ ସେବା କରିବା ଲାଗି ସ୍ବାଧୀନତା ଦେଉଥିବା ଯେକୌଣସି ସଙ୍ଗଠନରେ ଯୋଗ ଦେବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅପବାଦ ନ ଥିବା ଏବଂ କାମ କରିବାକୁ ସ୍ବାଧୀନତା ମିଳୁଥିବା ଯେକୌଣସି ସଂସ୍ଥାନରେ ମୁଁ ଯୋଗ ଦେଇପାରେ। ସେ ସଙ୍ଗଠନ ରାଜନୈତିକ ବା ଅଣରାଜନୈତିକ ହୋଇପାରେ। କୋଭିଡ୍ ସଙ୍କଟ ସମୟରେ ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା କରିଥିବା ସୋନୁ ସୋସିଆଲ ମିଡିଆରେ ଖୁବ ପ୍ରସଂଶା ପାଇଥିଲେ।

ମାଳବିକା କେଉଁ ଦଳରେ ଯୋଗ ଦେବେ ବୋଲି ପଚରାଯିବାରୁ ସେ କହିଲେ, ଦଳ ନୁହେଁ, ନୀତି ଗରୁତ୍ବପୂର୍ଣ୍ଣ। ମୋ ଭଉଣୀ ଜନତା ଓ ସମାଜର ସେବା କରିବ। କିନ୍ତୁ, ଉଭୟ 'ଆପ୍' ଏବଂ 'କଂଗ୍ରେସ' ଉତ୍ତମ ଦଳ ବୋଲି ସେ କହିଛନ୍ତି। ନିକଟ ଅତୀତରେ ଅଭିନେତା ସୁଦ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ୍ ସିଂହ ଚନ୍ନୀଙ୍କୁ ଭେଟିଥିଲେ। ଅତୀତରେ ସୁଦ୍ ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଭେଟିବା ପରେ ସେ ତାଙ୍କୁ ସ୍କୁଲ୍ ପିଲାଙ୍କ କାର୍ଯ୍ୟକ୍ରମ 'ଦେଶ୍କା ମେଣ୍ଟର୍ସ'ର ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ଘୋଷଣା କରିଥିଲେ। କୋଭିଡ୍ ସଙ୍କଟ ସମୟରେ ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା କରିଥିବା ସୋନୁ ସୋସିଆଲ ମିଡିଆରେ ଖୁବ ପ୍ରସଂଶା ପାଇଥିଲେ।












Click it and Unblock the Notifications