କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରେ ସୃଷ୍ଟି ହୋଇଥିବା ରାଜନୈତିକ ଝଡ ଥମିବାର ନାମ ନେଉ ନାହିଁ। ଏହି ଝଡ ମଧ୍ୟରେ ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ। ସୋନିଆଙ୍କ 10 ଜନପଥ ସ୍ଥିତ ବାସ ଭବନରେ ହୋଇଥିଲା ଏହି ସାକ୍ଷାତ। କଂଗ୍ରେସରେ ନେତୃତ୍ଵ ପରିବର୍ତ୍ତନ ପାଇଁ ସ୍ଵର ଉତ୍ତୋଳନ କରୁଥିବା ଜି-23 ନେତାଙ୍କ ଏକାଧିକ ବୈଠକ ଗୁଲାମନବିଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସୋନିଆଙ୍କ ସହ ଗୁଲାମନବିଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ବିବେଚନା କରାଯାଉଛି।

Congress Ghulam nabi azad

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ୱର୍କିଙ୍ଗ କମିଟି ବୈଠକରେ ସୋନିଆ ପୁଣିଥରେ ଅଧ୍ୟକ୍ଷ ହେବା ନେଇ ଘୋଷଣା ହୋଇଥିଲା । ଏହାପରେ ନେତୃତ୍ଵକୁ ନେଇ ବିବାଦ ଅଧିକ ବଢିଯାଇଛି ଶୀର୍ଷ ନେତୃତ୍ଵଙ୍କ ମଧ୍ୟରେ। କଂଗ୍ରେସର ତଥାକଥିତ ଜି-23 ଗୋଷ୍ଠୀ ନେତାମାନେ ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କ ଘରେ ଗତ ଦୁଇଦିନ ମଧ୍ୟରେ ଏକାଧିକ ବୈଠକ କରିସାରିଛନ୍ତି। ଲଗାତାର ଦୁଇ ଦିନ ଧରି ଖବର ଆସିଥିଲା ​​ଯେ ଗୁଲାମ ନବୀ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି, ଯାହା ପରେ ସେ ଶୁକ୍ରବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ ଘରେ ପହଞ୍ଚିଥିଲେ। ଏଭଳି ପରିସ୍ଥିତିରେ ସେ ଦଳରେ ଚାଲିଥିବା ଅସନ୍ତୋଷ ବିଷୟରେ ଆଲୋଚନା କରିଛନ୍ତି ଗୁଲାମନବି। ନିକଟରେ ଆଜାଦଙ୍କ ନେତୃତ୍ୱରେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-23 ଗୋଷ୍ଠୀ ବୁଧବାର ଏବଂ ଗୁରୁବାର ବୈଠକ କରି କଂଗ୍ରେସର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ। ଏତିରେ ପୂର୍ବ ଅପେକ୍ଷା ଅଧିକ କଂଗ୍ରେସ ନେତା ଯୋଗ ଦେଇଥିଲେ, ଏହା ପରେ ମିଳିତ ବିବୃତ୍ତି ଜାରି କରାଯାଇଥିଲା ଯେଉଁଥିରେ କୁହାଯାଇଛି ଯେ ବିଜେପିକୁ ବିରୋଧ କରିବା ପାଇଁ କଂଗ୍ରେସକୁ ମଜବୁତ କରାଯିବା ଆବଶ୍ୟକ। 2024 ପାଇଁ ଏକ ବିଶ୍ୱସନୀୟ ବିକଳ୍ପ ପାଇଁ ରାସ୍ତା ତିଆରି କରିବାକୁ ଏହି ନେତାମାନେ ଆଲୋଚନା କରିଥିଲେ। ଏହି ବୈଠକରେ ଗୁଲାମ ନବି ଆଜାଦଙ୍କ ସହ କପିଲ ସିବଲ, ଆନନ୍ଦ ଶର୍ମା, ଭୁପେନ୍ଦ୍ର ସିଂ ହୁଡା, ଶଶି ଥରୁର, ଏମ.କ୍ୟୁ ଖାନ, ସନ୍ଦୀପ ଦୀକ୍ଷିତ, ଆନନ୍ଦ ଶର୍ମା, ପ୍ରୀତିରାଜ ଚାବନ, ମଣି ଶଙ୍କର ଆୟାର ସାମିଲ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+