ପାଞ୍ଚ ରାଜ୍ୟର ସଭାପତିଙ୍କୁ ଇସ୍ତଫା ଦେବାକୁ କହିଲେ ସୋନିଆ
ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ସୋମବାର ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ଦଳର ରାଜ୍ୟ ସଭାପତିଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ପାଞ୍ଚଟି ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜିତ କଂଗ୍ରେସ ଏବେ ଆକ୍ସନ ମୁଡକୁ ଆସିଛି। ନାଟକୀୟ ଢଙ୍ଗରେ କଂଗ୍ରେସ ପୁଣିଥରେ ସୋନିଆ ହିଁ ସଭାପତି ରହିବେ ବୋଲି ଘୋଷଣା କରିବାର ଦୁଇଦିନ ପରେ ରାଜ୍ୟ ସଭାପତିମାନଙ୍କୁ ଇସ୍ତଫା ଦେବାକୁ କହିଛି ଦଳ। କଂଗ୍ରେସ ୱର୍କିଙ୍ଗ କମିଟି ବୈଠକରେ ପରାଜୟକୁ ନେଇ ମାନସ ମନ୍ଥନ କରିବା ଅବସରରେ ଦଳର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ସୋନିଆ ଗାନ୍ଧୀଙ୍କୁ ଦାୟିତ୍ଵ ପ୍ରଦାନ କରଯାଇଥିଲା। ଗାନ୍ଧୀ ପରିବାର ପ୍ରତି ଅନୁକମ୍ପା ରଖୁଥିବା ନେତାମାନେ ସମସ୍ତ ନିଷ୍ପତ୍ତି ସୋନିଆଙ୍କ ଉପରେ ନ୍ୟସ୍ତ କରିଥିଲେ।

ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟରରେ କହିଛନ୍ତି ଯେ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ଏହି ସବୁ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନ ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମାନଙ୍କୁ ଇସ୍ତଫା ପ୍ରଦାନ ପାଇଁ କୁହାଯାଇଛି। ସୁରଜେୱାଲା କହିଛନ୍ତି ଯେ, ସିଡବ୍ଲ୍ୟୁସି ସର୍ବସମ୍ମତି କ୍ରମେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଭରସା କରିଛି କରିଛି ଏବଂ କଂଗ୍ରେସରେ ସାଙ୍ଗଠନିକ ପରିବର୍ତ୍ତନ ଆଣିବା, ଦଳକୁ ପୁଣି ସୁଦୃଢ କରିବା ପାଇଁ ଯୋଜନା କରିବା ନିମନ୍ତେ ଅନୁରୋଧ କରିଛି। ଏଥିପୂର୍ବରୁ ସାଂଗଠନିକ ପରିବର୍ତ୍ତନ ପାଇଁ କଂଗ୍ରେସରେ ତଥାକଥିତ ଜି-23 ନେତାମାନେ ଦାବି କରିଛନ୍ତି। ତେବେ ନିଜେ ଇସ୍ତଫା ଦେଇନଥିବା ସୋନିଆ ଅନ୍ୟ ମାନଙ୍କୁ ଇସ୍ତଫା ମାଗିବା ନେଇ ରାଜନୈତିକ ବିଶେଷଜ୍ଞ ମାନେ ବିସ୍ମୟ ପ୍ରକାଶ କରିଛନ୍ତି। ଏହା ଦଳରେ ବିରୋଧାଭାଷ ବଢାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।












Click it and Unblock the Notifications