ସ୍ନେହାଙ୍ଗିନୀ ଛୁରିଆ ନୂଆ ବିଜେଡି ମହିଳା ସଭାନେତ୍ରୀ
ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି ।
ଭୁବନେଶ୍ୱର: ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ନେହାଙ୍ଗିନୀ ଛୁରିଆ ଏହି ଦାୟୀତ୍ବ ଦିଆଯାଇଛି । ଏହା ପୂର୍ବରୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଥିଲେ ମିନତୀ ବେହେରା ।

ଅତାବିରାରୁ ବିଜେଡି ବିଧାୟିକା ଥିବା ଶ୍ରୀମତୀ ଛୁରିଆ ପୂର୍ବରୁ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ଅନୁସୂଚିତ ଜାତି ବର୍ଗରୁ ପ୍ରତିନିଧିତ୍ୱ କରୁଛନ୍ତି। ପଶ୍ଚିମ ଓଡ଼ିଶାର ଜଣେ ଆଗଧାଡ଼ିର ନେତ୍ରୀ ଭାବେ ମଧ୍ୟ ସେ ଜଣାଶୁଣା।
ସୂଚନାଯୋଗ୍ୟ, ବିଜେଡି ମହିଳା ସଭାନେତ୍ରୀ ଥିବା ମିନତୀ ବେହେରାଙ୍କୁ ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ମହିଳା କମିଶନ ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିବା ପରଠୁ ବିଜେଡି ମହିଳା ଶାଖାର ସଭାନେତ୍ରୀ ପଦ ଖାଲି ପଡ଼ିଥିଲା।












Click it and Unblock the Notifications