For Quick Alerts
Turn On Notification  
For Daily Alerts
Oneindia App Download

ରାଷ୍ଟ୍ରପତି ଓ କେନ୍ଦ୍ରୀୟ ବିଜେପି ନେତାଙ୍କୁ ଭେଟିଲେ ସିନ୍ଧେ, ଫଡନାଭିସ

ଆଜି ଦିଲ୍ଲୀ ଗସ୍ତ କରିଛନ୍ତି, ନବନିର୍ବାଚିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଉଭୟ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ।

|

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଗସ୍ତ କରିଛନ୍ତି, ନବନିର୍ବାଚିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଉଭୟ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହିତ ତମାମ ବିଜେପି କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ଭେଟି ଆଲୋଚନା କରିଛନ୍ତି ।

presidentt

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଫଡନାଭିସ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସେହିପରି ଉଭୟ ନେତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା କେବଳ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟରେ ଆଉ କେଉଁମାନେ ମନ୍ତ୍ରୀ ଭାବେ ରହିବେ ସେ ନେଇ ବିଚାରବିମର୍ଶ ଲାଗି ରହିଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ରଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ସିନ୍ଧେ କିନ୍ତୁ ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ମୁଖ୍ୟମନ୍ତ୍ରୀ ଗାଦି ହାସଲ କରିବାରେ ସଫଳ ହୋଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Maharashtra CM Eknath Shinde, Dy CM Fadnavis Meet President Kovind & JP Nadda In Delhi.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X