Get Updates
Get notified of breaking news, exclusive insights, and must-see stories!

ଦୁଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

: ଦଳୀୟ ବିଶୃଙ୍ଖଳା ପାଇଁ ଦୁଇ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ଦଳର ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ।

ଭୁବନେଶ୍ବର: ଦଳୀୟ ବିଶୃଙ୍ଖଳା ପାଇଁ ଦୁଇ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ଦଳର ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ । ଉଭୟଙ୍କୁ ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Congress

ତେବେ ନୋଟିର ଠିକଣା ଜବାବ୍ ଦେବାକୁ କହିଛନ୍ତି ବିଧାୟକ ସୁର ରାଉତରାୟ । ସେ କହିଛନ୍ତି , 'ଯାହା ଦଣ୍ଡ ଦେବେ ଗ୍ରହଣ କରିବି । ମୁଁ ଭୋଟ ବିକ୍ରି କଥା କହିନି । ମୁଁ ମାତ୍ର ୨୮ ହଜାର ଭୋଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲି । କଂଗ୍ରେସର କୌଣସି ନେତା କି ପ୍ରାର୍ଥୀଙ୍କ ନାଁ ନେଇନି । ଭୋଟର କିଣାବିକା ହୋଇଛନ୍ତି । ମୁଁ ଅପ୍ରିୟ ସତ କଥା କହିବି । ମୋତେ କେହି ରୋକିପାରିବେନି । କଂଗ୍ରେସ ବିରୁଦ୍ଧରେ ବିନ୍ଦୁଏ କହିବିନି । ଆଉ ମୁଁ ସକ୍ରିୟ ରାଜନୀତିରେ ରହିବିନି କିନ୍ତୁ ଶେଷ ଯାଏଁ କଂଗ୍ରେସ ପାଇଁ କାମ କରିବି' ବୋଲି କହିଛନ୍ତି ସୁର ରାଉତରାୟ।

ସେହିପରି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ନୋଟିସ ପାଇ ନାହିଁ । ନୋଟିସ ପାଇଲେ ତାର ଜବାବ ଦେବି । ପୂର୍ବରୁ ପାଇଥିବା କାରଣ ଦର୍ଶଅ ନୋଟିସର ଜବାବ ଦେଇଥିଲେ ମଧ୍ୟ ତାର ପ୍ରତି ଜବାବ ମିଳିନାହିଁ । ବାରମ୍ବାର ଦଳ ପରାଜୟ ହେବା ପରେ ତାର ସମୀକ୍ଷା କରିବା ପାଇଁ ମୁଁ କହିଥିଲି । କଂଗ୍ରେସ ଦଳକୁ ବଞ୍ଚେଇବା ପାଇଁ ଆମେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ।

ଉଲ୍ଲେଖଥାଉ କି, ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠାଇଥିଲେ ସୁର । ଏପରିକି ଭୋଟ୍ ବିକା ଯାଇଥିବା ଅଭିଯୋଗ ଆଣିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+