ଆବଶ୍ୟକ ହେଲେ ଶିବ ସୈନିକ ମାନେ ରାସ୍ତାକୁ ଓହ୍ଲାଇବେ : ସଂଜୟ ରାଉତ

ଆଗକୁ ମହାରାଷ୍ଟ୍ରର ରାଜନୀତିରେ ବଡ ପରିବର୍ତ୍ତନ ହୋଇପାରେ। ଶିବସେନା ଉପରେ ଠାକରେ,ସିନ୍ଦେ କାହାର ନିୟନ୍ତ୍ରଣରେ ରହିବ ତାହା ସମୟ କହିବ। ମହାରଷ୍ଟ୍ରର ରାଜନୈତିକ ପରିସ୍ଥିତି ଉପରେ ସାରା ଦେଶ ନଜର ରହିଛି। ତେବେ ଏହାରି ଭିତରେ ନିଜ ପାୱାରର ଦୁର୍ବ୍ୟବହାର କରିଛନ୍ତି ।

ମୁମ୍ବାଇ: ଆଗକୁ ମହାରାଷ୍ଟ୍ରର ରାଜନୀତିରେ ବଡ ପରିବର୍ତ୍ତନ ହୋଇପାରେ। ଶିବସେନା ଉପରେ ଠାକରେ ନା ସିନ୍ଦେ କାହାର ନିୟନ୍ତ୍ରଣରେ ରହିବ ତାହା ସମୟ କହିବ। ମହାରଷ୍ଟ୍ରର ରାଜନୈତିକ ପରିସ୍ଥିତି ଉପରେ ସାରା ଦେଶ ନଜର ରହିଛି। ତେବେ ଏହାରି ଭିତରେ ନିଜ ପାୱାରର ଦୁର୍ବ୍ୟବହାର କରିଛନ୍ତି ଉଦ୍ଧବ ସରକାର ।

sanjay raut

ଦଳର ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଆମକୁ ଚ୍ୟାଲେଞ୍ଜ କରିଥିବା ସିନ୍ଦେ ସମର୍ଥକମାନେ ବବୁଝିବା ଉଚିତ ଯେ ଶିବ ସୈନିକମାନେ ଏପର୍ଯ୍ୟନ୍ତ ରାସ୍ତାକୁ ଓହ୍ଲାଇ ନାହାନ୍ତି । ଏହି ଲଢ଼େଇ ରାସ୍ତାରେ ବା ଆଇନ ଅନୁସାରେ ଲଢାଯାଏ। ଆବଶ୍ୟକ ହେଲେ ଶିବ ସୈନିକ ମାନେ ରାସ୍ତାକୁ ଓହ୍ଲାଇବେ ବୋଲି ସଂଜୟ ରାଉତ ଖୋଲାଖୋଲି ଧମକ ଦେଇଛନ୍ତି।

ସରକାରୀ କଳ ଲଗାଇ ସିନ୍ଦେଙ୍କ ପକ୍ଷରେ ଥିବା ବିଧାୟକମାନଙ୍କ ଉପରେ ଚାପ ପକା ଯାଉଛି । ଏପରିକି 38 ଜଣ ବିଧାୟକଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ପ୍ରତ୍ୟାହାର କରିବା ନେଇ ଅଭିଯୋଗ କରିଛନ୍ତି ସିନ୍ଦେ । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମହାରାଷ୍ଟ୍ରର ଗୃହମନ୍ତ୍ରୀ ଏବଂ ଡିଜିପି ଙ୍କୁ ଚିଠି ଲେଖି କହିଛନ୍ତି ଯେ 38 ଜଣ ବିଧାୟକଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ପ୍ରତ୍ୟାହାର କରିବା ଭୁଲ ଅଟେ ବୋଲି କହିଛନ୍ତି। କିନ୍ତୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ଏବଂ ଶିବସେନା ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।ଏଭଳି ପରିସ୍ଥିତିରେ ସିନ୍ଦେ ମୁମ୍ବାଇ ଯାଇ ଉପ-ବାଚସ୍ପତିଙ୍କୁ ଭେଟି ପାରନ୍ତି ବୋଲି ଅନୁମାନ କରାଯାଉଛି।

ହିନ୍ଦୁତ୍ୱର ଏଜେଣ୍ଡା ନେଇ ନିର୍ବାଚନ ବୈତରଣୀ ପାର ହୋଇଥିଲା ଶିବସେନା। ମାତ୍ର ସଂଖ୍ୟା ଗରିଷ୍ଠତା ହାସଲ ନକରି ପାରିବାରୁ ଏନସିପି ଓ କଂଗ୍ରେସ ସହ ଦଳ ମେଣ୍ଟ କରିଥିଲା। ସେବେଠାରୁ କିଛି ବିଧାୟକ ଦଳ ଉପରେ କ୍ଷୁବ୍ଧ ଥିଲେ । ଆଉ ଏବେ ଏହା ସବୁ ସୀମା ଲଂଘିଛି । ହିନ୍ଦୁତ୍ୱ ପାଇଁ ଦଳ ବିରୋଧକୁ ଯାଇଛନ୍ତି ବିଧାୟକ

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାସନଭାରେ ଜଣେ ବିଧାୟକଙ୍କ ମୃତ୍ୟୁ ପରେ ସଂଖ୍ୟା ଗରିଷ୍ଠତା ପାଇଁ ୧୪୪ ଆସନ ଦରକାର। ସଂଖ୍ୟା ଗଣିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେଲ୍ ହେଲା ଭଳି ସ୍ଥିତି । ବଡ ପ୍ରଶ୍ନ, ଉଦ୍ଧବଙ୍କ ହାତରୁ ଖାଲି ମୁଖ୍ୟମନ୍ତ୍ରୀ ପଦ ଯିବ ନା ଶିବସେନା ବି ଯିବ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+