ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଦେ, ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ । ସେହିଭଳି ନବମ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡ଼ନାଭିସ । ୧୦ ଦିନ ଧରି ରାଜ୍ୟରେ ରାଜନୈତିକ ଛକାପଞ୍ଝା ପରେ ମହାରାଷ୍ଟ୍ର ଜନତାଙ୍କୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ ।
ମୁମ୍ବାଇ: ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ । ସେହିଭଳି ନବମ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡ଼ନାଭିସ । ୧୦ ଦିନ ଧରି ରାଜ୍ୟରେ ରାଜନୈତିକ ଛକାପଞ୍ଝା ପରେ ମହାରାଷ୍ଟ୍ର ଜନତାଙ୍କୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଆଜି ଶପଥ ଗ୍ରହଣ ସମୟରେ ପ୍ରଥମରୁ ନୂଆ ମୁଖ୍ୟମନ୍ତ୍ରୀ ସିନ୍ଦେ ଶିବସେନା ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ନାମରୁ ହିଁ ଶପଥ ଆରମ୍ଭ କରିଥିଲେ ।


ଗତ ୧୦ ଦିନ ଓ ଆଜି ଶପଥ ଗ୍ରହଣ ସମାରୋହର ପୂର୍ବ କ୍ଷଣ ପର୍ଯ୍ୟନ୍ତ ମହାରାଷ୍ଟ୍ର ରାଜନୀତିରେ କଣ ଘଟିବ ତାହାକୁ ଗଣନା କରିବାରେ ଫେଲ ମାରିଥିଲେ ରାଜନୀତି ବିଶାରଦ । ନୂତନ ସରକାର ଜନତାଙ୍କ ସମସ୍ୟା ବୁଝିବ ବୋଲି ଆଶା କରାଯାଉଛି ।












Click it and Unblock the Notifications