ଫଡନାବିସଙ୍କ ସହ ସିନ୍ଦେଙ୍କ ଗୁପ୍ତ ବୈଠକ
ଦିନକୁ ଦିନ ଘନଉଛି ମହାରାଷ୍ଟ୍ର ରାଜନୈତିକ ସଙ୍କଟ । ଉଦ୍ଧବ ଟିମ୍ ଉପରେ ଭାରି ପଡୁଛି ସିନ୍ଦେଙ୍କ ବିଦ୍ରୋହୀ ସେନା । ସରକାର ବଞ୍ଚାଇବାକୁ ଉଦ୍ଧବ ଚେଷ୍ଟା ଚାଲଉଥିବା ବେଳେ ସିନ୍ଦେ ବି ସରକାର ଭାଙ୍ଗିବାକୁ ପୁରା ଦମ୍ ଲଗାଇଛନ୍ତି ।
ମୁମ୍ବାଇ: ଦିନକୁ ଦିନ ଘନଉଛି ମହାରାଷ୍ଟ୍ର ରାଜନୈତିକ ସଙ୍କଟ । ଉଦ୍ଧବ ଟିମ୍ ଉପରେ ଭାରି ପଡୁଛି ସିନ୍ଦେଙ୍କ ବିଦ୍ରୋହୀ ସେନା । ସରକାର ବଞ୍ଚାଇବାକୁ ଉଦ୍ଧବ ଚେଷ୍ଟା ଚାଲଉଥିବା ବେଳେ ସିନ୍ଦେ ବି ସରକାର ଭାଙ୍ଗିବାକୁ ପୁରା ଦମ୍ ଲଗାଇଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କୁ ଭେଟିଛନ୍ତି ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ଦୁହିଁଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ଶୁକ୍ରବାର ମଧ୍ୟରାତ୍ରିରେ ଏକନାଥ ସିନ୍ଦେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସାମରୁ ଗୁଜୁରାଟର ଭଦୋଦରା ଯାଇଥିଲେ । ସେଠାରେ ସେ ଫଡନାବିସଙ୍କ ସହ ଗୁପ୍ତ ବୈଠକ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ବୈଠକରେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ଭିତ୍ତିଭୂମି ପଡିଛି ବୋଲି କୁହାଯାଉଛି ।
ସେହି ସମୟରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଭଦୋଦରାରେ ଉପସ୍ଥିତ ଥିବା ସୂଚନା ମିଳିଛି। ଚଳିତ ସପ୍ତାହରେ ସିନ୍ଦେ ଓ ଫଡନାବିସଙ୍କ ମଧ୍ୟରେ ପୁଣିଥରେ ଭେଟିପାରନ୍ତି ବୋଲି ଜଣାପଡିଛି। ଫଡନାବିସଙ୍କ ସହ ବୈଠକ ପରେ ସିନ୍ଦେ ପୁଣି ଥିରେ ଗୌହାଟୀର ବିଦ୍ରୋହୀ ସେନା ଶିବିରକୁ ଫେରିଥିଲେ ।












Click it and Unblock the Notifications