ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ପରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ।
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ପରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଏନେଇ ରାଷ୍ଟ୍ରପତି ମୁର୍ମୁ ଟ୍ବିଟ କରିଛନ୍ତି ।

#WATCH | Bangladesh PM Sheikh Hasina meets President Droupadi Murmu at Rashtrapati Bhawan in Delhi pic.twitter.com/SF4Qq59ArZ
— ANI (@ANI) September 6, 2022
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତର ରାଷ୍ଟ୍ରପତି ମୁର୍ମୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉପ ରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଦ୍ବିପାକ୍ଷିକ ଆଲୋଚନା ସହିତ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ 7ଟି ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଥିଲା ।
ସେ ସୋମବାର ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ନୂଆଦିଲ୍ଲୀର ବୟନ ଶିଳ୍ପ ଏବଂ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋଶ ତାଙ୍କୁ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଭେଟିଥିଲେ ଏବଂ ଦିଲ୍ଲୀର ଏକ ପ୍ରମୁଖ ତୀର୍ଥଯାତ୍ରା ପର୍ଯ୍ୟଟନ ସ୍ଥଳୀ ନିଜାମୁଦ୍ଦିନ ଅଲିଆ ଦରଘା ପରିଦର୍ଶନ କରିଥିଲେ। ଦୁଇ ଦେଶ ମିଳିତ ଭାବେ ବାଂଲାଦେଶର ସ୍ୱାଧୀନତାର 50ତମ ବର୍ଷ ଏବଂ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀ କୁ ଯେପରି ପାଳନ କରିଛନ୍ତି ତାହା ପ୍ରକୃତରେ ସ୍ୱତନ୍ତ୍ର ବୋଲି ରାଷ୍ଟ୍ରପତି ମୁର୍ମୁ କହିଥିଲେ ।












Click it and Unblock the Notifications