ପାଞ୍ଚ ରାଜ୍ୟର ନିର୍ବାଚନ ମଧ୍ୟରେ ନେତାଙ୍କୁ କରୋନା ସଂକ୍ରମଣ, ଅଡୁଆରେ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ସମେତ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟରେ ରାଜନୈତିକ ଦଳ ଗୁଡିକୁ ଘାରିଛି କରୋନା ସଂକ୍ରମଣ ଚିନ୍ତା । କିଛିଦିନ ମଧ୍ୟରେ ବିଜେପି ତଥା ଅନ୍ଯାନ୍ଯ ଦଳର ବରିଷ୍ଠ ନେତାମାନେ କୋଭିଡ ସଂକ୍ରମିତ ହେବା ପ୍ରଚାର କ୍ଷେତ୍ରରେ ସମସ୍ଯା ସୃଷ୍ଟି କରିଛି । ରଜନାଥ ସିଂହ କରୋନା ପଜିଟିଭ ହେବା ଖବର ଆସିବା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡଡା ଆସିଥିଲେ କରୋନା ଭୂତାଣୁ ସଂକ୍ରମିତଙ୍କ ତାଲିକାରେ । ଏବେ ଏହି ତାଲିକାରେ ଯୋଡି ହୋଇଛି ଦଳର ଫାୟାର ବ୍ରାଣ୍ଡ ଲିଡର ଗିରିରାଜ ସିଂହଙ୍କ ନାମ ।

ପାଞ୍ଚ ଗୋଟି ରାଜ୍ୟ ମଧ୍ୟରୁ ସବୁଠାରୁ ଗୁରୁତ୍ଵପୂର୍ଣ ରହିଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ବଡ ବଡିଆଙ୍କ କରୋନା ପଜିଟିଭ ହେବା ସାମୟିକ ଭାବରେ ଦଳକୁ ଅଡୁଆରେ ପକାଇଛି। ୟୁପି ବିଜେପିର କମାଣ ବରିଷ୍ଠ ବିଜେପି ନେତା ଅମିତ ଶାହ ନିଜେ ଧାରଣ କରିଥିଲେ ମଧ୍ୟ ରାଷ୍ଟ୍ରୀୟ ସଭାପତି ଜେପି ନଡଡା, ଗିରିରାଜ ଏବଂ ରାଜନାଥ ସିଂଙ୍କ ବିଶେଷ ଭୂମିକା ରହିଛି ପ୍ରଚାରରେ । ସେହିପରି ଦଳର କେତେକ କ୍ଷେତ୍ରୀୟ ସଂଗଠକ ଏବଂ ନେତୃବୃନ୍ଦ ସଂକ୍ରମିତ ହୋଇଥିବା ଖବର ମିଳୁଛି । ବର୍ଷ ଆରମ୍ଭରୁ ଉତ୍ତରାଖଣ୍ଡର ରୁଦ୍ରପୁରରେ ନିର୍ବାଚନୀ ପ୍ରଚାରରେ ଯାଇଥିବା ମନୋଜ ତିୱ୍ବାରୀ କରୋନା ସଂକ୍ରମିତ ହୋଇଥିବା ନିଜେ ସୂଚନା ଦେଇଥିଲେ ।
ଅନ୍ଯାନ୍ଯ ରାଜନୈତିକ ଦଳର ଅବସ୍ଥା କିଛି ଭଲ ନାହିଁ:

କୋଭିଡ ନିର୍ଦ୍ଦେଶାବଳୀ ଅନୁସାରେ ହେବନାହିଁ ବଡ ସଭା













Click it and Unblock the Notifications