ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜୟଙ୍କ ବିସ୍ଫୋରକ ବୟାନ: ଦୁଇ ଅଣ-ଓଡ଼ିଆ ଅଫିସର ତଦନ୍ତକୁ ବାଟବଣା କରୁଛନ୍ତି
ହତ୍ୟାକାଣ୍ଡକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ନାଁ ନେଇ ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି ।

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୪୦ ଦିନ ପୂରଣ ହୋଇଛି । ହେଲେ ତଦନ୍ତକାରୀ ସଂସ୍ଥା ଏଯାବତ ହତ୍ୟାର ରହସ୍ୟକୁ ଉନ୍ମୋଚନ କରିବାରେ ସକ୍ଷମ ହୋଇପାରି ନାହିଁ । ତେବେ ଏମିତି ମଧ୍ୟରେ ହତ୍ୟାକାଣ୍ଡକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ନାଁ ନେଇ ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି ।
ବିଜୟ ମହାପାତ୍ର କହିଛନ୍ତି, ଏହି ହତ୍ୟାକାଣ୍ଡ ଘଟଣାକୁ ଚପାଇବାକୁ ଷଡ଼ଯନ୍ତ୍ର ହେଉଛି । ଦୁଇ ଜଣ ଅଣ ଓଡ଼ିଆ ଅଫିସର ତଦନ୍ତକୁ ବାଟବଣା କରୁଛନ୍ତି । ବୋଲି ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି । ସେମାନେ ଷଡଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି । ଏପରିକି ଘଟଣାକୁ ଚାପି ଦେବା ପାଇଁ ଝାରସୁଗୁଡା ଅଞ୍ଚଳର ଜିଲ୍ଲାପରିଷଦ ମାନଙ୍କୁ ମିଡିଆ ଆଗରେ କିଛି ନକହିବାକୁ ଧମକ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହିତ ଏଫବିଆଇ ତଦନ୍ତ କୁଆଡେ ଗଲା ବୋଲି ବିଜୟ ପ୍ରଶ୍ନ କରିଛନ୍ତି ।
ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।












Click it and Unblock the Notifications