କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ; ବିଜେଡିରୁ ବଲାଙ୍ଗୀର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବ ନେଇ ଚର୍ଚ୍ଚା
ବଲାଙ୍ଗିର: କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସୁରେନ୍ଦ୍ର । ଏବେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଥିଲେ ସୁରେନ୍ଦ୍ର । ଆସନ୍ତାକାଲି ବିଜେଡିରେ ଯୋଗଦେବା ସମ୍ଭାବନା ରହିଛି । ତେବେ ସେ ବିଜେଡିରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇ ପାରନ୍ତି।

ବିଜେପିରେ ଯୋଗ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ତିନିଜଣଯାକ ପଦ୍ମ ଧରିଛନ୍ତି ।
କଟକରୁ ସାଂସଦ ଭାବେ ୬ଥର ନିର୍ବାଚିତ ଭର୍ତ୍ତୃହରି । ଗତ ୨୨ରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ସାମିଲ ହୋଇଛନ୍ତି । ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ମିଶିଛନ୍ତି ।
ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଦିନେ ଦୁଇ ଦିନରେ ତାଲିକା ଆସିପାରେ ବୋଲି ବିଜେପି ନେତା ପୃଥୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ । ସବୁ ସିଟ ଉପରେ ତର୍ଜମା ଓ ସମୀକ୍ଷା ସରିଛି । କେବଳ ସିଇସି ମୋହର ବାକି ଅଛି । ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଆଧାରରେ ପ୍ରାର୍ଥୀ ଘୋଷଣା ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଏନେଇ ଆଜି ବସିବ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ସବୁ ସିଟ୍ ଉପରେ ତର୍ଜମା, ସମୀକ୍ଷା ଶେଷ ହୋଇଛି କେବଳ ସିଇସି ମୋହର ବାକି ଅଛି । ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଉପରେ ଆଧାର କରି ପ୍ରାର୍ଥୀ ଘୋଷଣା ହେବ ବୋଲି କହିଲେ ପୃଥୀରାଜ ହରିଚନ୍ଦନ ।
ସୂଚନାଯୋଗ୍ୟ ଯେ ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି ।












Click it and Unblock the Notifications