ଦଳକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା

ନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି କଂଗ୍ରେସ। ଆଉ ଏହାରି ଭିତରେ ରାଜ୍ୟର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସକୁ ଫେରିଛନ୍ତି । ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟଠାରେ ଶ୍ରୀ ଜେନା କଂଗ୍ରେସକୁ ଫେରିଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୯ ଜାନୁୟାରୀ ୨୦ତାରିଖରେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ ।

Srikant Kumar Jena

ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜେନାଙ୍କୁ ଆଜି ବିଧିବଦ୍ଧ ଭାବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦଳରେ ଉତ୍ତୀୟ ଦେଇ ସ୍ୱାଗତ କରିଥିଲେ । ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସକୁ ଘରବାହୁଡ଼ା ହୋଇଛି । ଶ୍ରୀ ଅଜୟ ଜେନା କହିଥିଲେ ଯେ, ଦଳ ଓ ତାଙ୍କ ମଧ୍ୟରେ ଯାହା ଭୁଲ ବୁଝାମଣା ଥିଲା ତାହା ଦୂର ହୋଇଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ କଥା ହୋଇଛନ୍ତି । ଛାତ୍ର ରାଜନୀତିରୁ କଂଗ୍ରେସ ସହ ଜଡ଼ିତ । ଭୁଲ୍ ବୁଝାମଣା ଯୋଗୁ କିଛିଦିନ ପାଇଁ ଦଳଠୁ ଦୂରେଇ ଯାଇଥିଲି ବୋଲି ସେ କହିଛନ୍ତି । ସେହିପରି ଅଜୟ କୁମାର କହିଛନ୍ତି, ଜେନା ହେଉଛନ୍ତି ଓଡ଼ିଶାରେ ଜଣେ ପ୍ରଭାବଶାଳୀ ନେତା । ସେ ବିଭିନ୍ନ ସାମାଜିକ ସଂସ୍ଥା ସହ ମଧ୍ୟ ଜଡ଼ିତ ।

ସୂଚନାଯୋଗ୍ୟ, କଂଗ୍ରେସରୁ ବହିଷ୍କୃତ ହେବାପରେ ଶ୍ରୀକାନ୍ତ ଅନ୍ୟ କୌଣସି ଦଳରେ ସାମିଲ ହୋଇନଥିଲେ । ଗତ କିଛିମାସ ଧରି ଶ୍ରୀକାନ୍ତ ପୁଣିଥରେ କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+