କଂଗ୍ରେସ ଗଣମାଧ୍ୟମ ସଂଯୋଜକ ଏବଂ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ନାୟକ
ଓଡିଶା କଂଗ୍ରେସର ଗଣମାଧ୍ୟମ ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ। ନିଜର ରୋକଠୋକ ଅନ୍ଦାଜ ପାଇଁ ସେ ଖୁବ ପ୍ରସିଦ୍ଧ ।
ଭୁବନେଶ୍ବର: ଓଡିଶା କଂଗ୍ରେସର ଗଣମାଧ୍ୟମ ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ। ନିଜର ରୋକଠୋକ ଅନ୍ଦାଜ ପାଇଁ ସେ ଖୁବ ପ୍ରସିଦ୍ଧ । ସର୍ବଦା ତଥ୍ୟ ଭିତ୍ତିକ ଜିନିଷକୁ ନେଇ ନିଜର ଯୁକ୍ତି ଉପସ୍ଥାପନ କରିଆସିଛନ୍ତି ସେ। ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଦିନ କାର୍ଯ୍ୟ କରିବା ପରେ ରାଜନୀତିରେ ପାଦ ରଖିଥିଲେ ବରିଷ୍ଠ ସାମ୍ବାଦିକ ଜଣକ । ସେ 2017 ଅଗଷ୍ଟରେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ପାର୍ଟିର ଗଣମାଧ୍ୟମର ଆବାହକ ଏବଂ ସାଧାରଣ ସଂପାଦକ ପଦରେ ନିଯୁକ୍ତି ଦେଇଥିଲା। ହେଲେ ଆଜି ହଠାତ ତାଙ୍କର ଇସ୍ତଫା ସମସ୍ତଙ୍କୁ ଚକିତ କରିଛି । ଏଥିସହିତ ଏହାକୁ ନେଇ ବର୍ତ୍ତମାନ ରାଜନୀତିରେ ଚର୍ଚ୍ଚା ହେଉଛି ।

ଏବେ ବରିଷ୍ଠ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଷଡଯନ୍ତ୍ରର ଶୀକାର ହୋଇ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହାପରେ ସତ୍ୟପ୍ରକାଶ ଗଣମାଧ୍ୟମକୁ କହିଛନ୍ତି, ନିକଟରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଲାଗି ଭୋଟ ଗ୍ରହଣ ହୋଇଥିଲା । ଏହି ଭୋଟ ଗ୍ରହଣରେ 412 ଜଣ ପିସିସି ସଦସ୍ୟ ଭୋଟ ଦେଇଛନ୍ତି । ଏହି ତାଲିକାରେ ମୋର ନାଁ ନଥିଲା । ଭୋଟ ପୂର୍ବରୁ ଏକ ସ୍ୱତନ୍ତ୍ର ଟିମ 427 ଜଣିଆ ତାଲିକା ପ୍ରସ୍ତୁତି କରିଥିଲେ । ତେବେ ସେମାନେ ତର୍ଜମା କରି ତାଲିକା ପ୍ରକାଶ କରିଛନ୍ତି । ତେବେ ମୁଁ ପିସିସି ସଦସ୍ୟ ହେବାକୁ ଯୋଗ୍ୟ ହୋଇପାରିଲି ନାହିଁ । ତେଣୁ ମୁଁ ଯଦି ପିସିସି ପାଇଁ ଅଯୋଗ୍ୟ, ତେବେ କୌଣସି ପଦପଦବୀରେ ରହିବାରେ ମଧ୍ୟ ମୋର ଯୋଗ୍ୟତା ନଥିବା ଅନୁଭବ କଲି।
ଅନ୍ୟପଟେ ମାସ ହେବ ଦିଲ୍ଲୀ, ପଞ୍ଜାବ ଭଳି ରାଜ୍ୟରେ ଆମ ଆଦମୀ ପାର୍ଟି ସକ୍ରିୟ ହୋଇ ଯାଇଛି । ଓଡିଶାରେ ନିଜର ସଂଗଠନ ବିସ୍ତାର କରିବାରେ ଯୋଜନା ଜାରି ରଖିଛି । ଏନେଇ ଦଳକୁ ମାନବ ସମ୍ବଳର ଦରକାର ଅଛି , ତେଣୁ ଏନେଇ ଅନ୍ୟ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନେଇ ଏହି ଦଳ ଗଠନ କରିବ ଆପ୍ । ତେବେ ଏହି ସମୟରେ ସତ୍ୟ ନାୟକଙ୍କୁ ଏହି ଅଫର ମିଳିଥିବା ନେଇ ଖବର ମିଳିଛି ।












Click it and Unblock the Notifications