BJD'ରୁ ଇସ୍ତଫା ଦେଲେ ହେଭିୱେଟ୍ ନେତା ସନ୍ତୋଷ ଖଟୁଆ
BJD Odisha: ନିର୍ବାଚନ ପୂର୍ବରୁ ପୁଣି ବିଜେଡିକୁ ଝଟକା । ଇସ୍ତଫା ଦେଲେ ଆଉ ଜଣେ ଟାଣୁଆ ନେତା । ଆଜି ପ୍ରାର୍ଥୀ ଘୋଷଣା ହେବା ପରେ ବିଜେଡିର ପ୍ରାଥମିକ ସହସ୍ୟ ପଦରୁ ଇସ୍ତଫା ଦେଲେ ନୀଳଗିରିର ବରିଷ୍ଠ ବିଜେଡି ନେତା ସନ୍ତୋଷ ଖଟୁଆ ।

ନିଜ ଇସ୍ତଫାପତ୍ରରେ ସେ ଲେଖିଛନ୍ତି, ମୋ ବିରୋଧରେ କିଛି ନେତା ଭୁଲ ତଥ୍ୟ ରଖିଥିଲେ, ଏହା ପରେ ମଧ୍ୟ ମୁଁ ଦଳ ପାଇଁ କାମ କରି ଆସୁଥିଲି । କିନ୍ତୁ ଏବେ ଏହା ଅସହ୍ୟ ହେବାରୁ ଦଳ ଛାଡିବାର ନିଷ୍ପତ୍ତି ନେଇଛି । ସୂଚନାଥାଉ ଯେ, ୨୦୧୯ ମସିହାରେ ବିଜେଡିରୁ ଟିକେଟ ପାଇ ନୀଳଗିରି ଆସନରୁ ସନ୍ତୋଷ ନିର୍ବାଚନ ଲଢିଥିଲେ । ହେଲେ ସେ ପରାଜିତ ହୋଇଥିଲେ ।
ତେବେ ଚଳିତ ବର୍ଷ ବିଜେଡିରୁ ଟିକେଟ୍ ପାଇବେ ବୋଲି ସେ ଆଶାୟୀ ଥିଲେ ସନ୍ତୋଷ । ହେଲେ ସୁକାନ୍ତ ନାୟକ ବିଜେପି ଛାଡି ବିଜେଡିରେ ଯୋଗ ଦେବାପରେ ସେ ବିଜେଡି ଏହି ଆସନରୁ ତାଙ୍କୁ ଟିକେଟ୍ ଦେଇଛି । ଯାହା ପରେ ଅସନ୍ତୋଷ ହୋଇ ସନ୍ତୋଷ କୁମାକ ନାଏକ ବିଜେଡି ଛାଡିବାର ନିଷ୍ପତ୍ତି ନେଇଛନ୍ତି ।












Click it and Unblock the Notifications