ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ
ଶିବସେନା ବିଦ୍ରୋହୀଙ୍କ ବିରୋଧରେ ଟ୍ବିଟରରେ ସିଧାବାଣ ମାରିଛନ୍ତି ସାଂସଦ ସଞ୍ଜୟ ରାଉତ । ସଞ୍ଜୟ ରାଉତ ନିଜ ଟ୍ବିଟରେ ବିଧାନସଭା ଉପବାଚସ୍ପତି ନରହରି ଜିରୱାଲଙ୍କ ଫଟୋ ଦେଇ ଲେଖିଛନ୍ତି ‘‘ଆଉ କେତେ ଦିନ ଗୌହାଟିରେ ଲୁଚିବେ କେବେ ହେଲେ ମହାରଷ୍ଟ୍ର ଆସିବାକୁ ତ ପଡିବ
ମୁମ୍ବାଇ: ଶିବସେନା ବିଦ୍ରୋହୀଙ୍କ ବିରୋଧରେ ଟ୍ବିଟରରେ ସିଧାବାଣ ମାରିଛନ୍ତି ସାଂସଦ ସଞ୍ଜୟ ରାଉତ । ସଞ୍ଜୟ ରାଉତ ନିଜ ଟ୍ବିଟରେ ବିଧାନସଭା ଉପବାଚସ୍ପତି ନରହରି ଜିରୱାଲଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ''ଆଉ କେତେ ଦିନ ଗୌହାଟିରେ ଲୁଚିବେ କେବେ ହେଲେ ମହାରଷ୍ଟ୍ର ଆସିବାକୁ ତ ପଡିବ'' ।

ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତୃତ୍ବ ଏକନାଥ ସିନ୍ଦେ ନେଇଥିବା ବେଳେ ସମସ୍ତ ନେତା ସିନ୍ଦେଙ୍କ ସହ ଗୌହାଟି ଯାଇଛନ୍ତି । ଏନେଇ ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ବିଧାୟକଙ୍କ ବିପକ୍ଷରେ କ୍ଷୋଭ ପ୍ରକାଶ କରିଛନ୍ତି ।
ଉପବାଚସ୍ପତି ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନୋଟିସ ଜାରି କରିଥିଲେ । ସେମାନଙ୍କୁ ସୋମବାର ଅପରାହ୍ନ ୫ ଟା ୩୦ ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେମାନେ ଧାର୍ଯ୍ୟ ସମୟ ସୀମା ଭିତରେ ଜବାବ ଦାଖଲ ନ କରନ୍ତି ତେବେ ସେମାନଙ୍କର ନୋଟିସ ଉପରେ କିଛି କହିବାର ନାହିଁ ବୋଲି ଧରାଯିବ ଏବଂ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।












Click it and Unblock the Notifications