ସଞ୍ଜୟ ରାଉତଙ୍କ ଘରେ ଇଡି ଚଢାଉ
ଶିବସେନା ମୁଖପାତ୍ର ସଞ୍ଜୟ ରାୱତଙ୍କ ଘରେ ଇଡିର ଚଢାଉ । ଆଜି ସକାଳେ ତାଙ୍କ ବାସଭବନରେ ଚଢାଉ କରିଛି ED । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ସଞ୍ଜୟଙ୍କୁ ପଚରା ଉଚରା କରାଯାଇପାରେ ।
ମୁମ୍ବାଇ: ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ଘରେ ଇଡିର ଚଢାଉ । ଆଜି ସକାଳେ ତାଙ୍କ ବାସଭବନରେ ଚଢାଉ କରିଛି ED । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ସଞ୍ଜୟଙ୍କୁ ପଚରା ଉଚରା କରାଯାଇଛି । ଇଡି ସଞ୍ଜୟଙ୍କୁ ଗିରଫ କରିପାରେ ବୋଲି ସୂଚନା ମିଳିଛି ।

Mumbai | Enforcement Directorate officials conduct search & questioning at the residence of Shiv Sena leader Sanjay Raut, in the Patra Chawl land scam case pic.twitter.com/eE0E9mxatl
— ANI (@ANI) July 31, 2022
ମୁମ୍ବାଇର ଗୋରେଗାଓଁରେ ପାତ୍ର ଚାଓ୍ବଲ ଲ୍ୟାଣ୍ଡରେ ଘୋଟାଲା ନେଇ ବିଜେପି ନେତା କିର୍ତ୍ତୀ ସୋମାୟା ଇଡିରେ ଅଭିଯୋଗ କରିଥିଲେ। ଏହାପରେ ଜୁନ 28 ତାରିଖରେ ସଞ୍ଜୟଙ୍କୁ ଇଡିରେ ହାଜର ନେଇ ସମନ ଜାରି କରାଯାଇଥିଲା । କିନ୍ତୁ ସେହି ତାରିଖରେ ନ ଭେଡି କିଛି ସମୟ ମାଗିଥିଲେ ସଞ୍ଜୟ । ଏହାପରେ ଜୁନ 1 ତାରିଖରେ ହାଜର ହେବାକୁ ଦ୍ବିତୀୟ ଥର ସମନ ଜାରି କରିଥିଲା ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସଞ୍ଜୟ ପହଞ୍ଚିବା ପରେ ତାଙ୍କୁ ପ୍ରାୟ 10 ଘଣ୍ଟା ଜେରା କରାଯାଇଥିଲା । ଏହି ମାମଲାରେ ସଞ୍ଜୟଙ୍କ ପତ୍ନୀଙ୍କୁ ମଧ୍ୟ ସମନ ଜାରି କରାଯାଇଥିଲା । ଏହା ପୂର୍ବରୁ ସଞ୍ଜୟଙ୍କ ଘନିଷ୍ଠ ସହଯୋଗୀ ତଥା ଗୁରୁ ଆଶିଷ ନିର୍ମାଣ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପ୍ରବୀଣ ରାଉତଙ୍କୁ ଗିରଫ କରାଯାଇଛି।
खोटी कारवाई..
— Sanjay Raut (@rautsanjay61) July 31, 2022
खोटे पुरावे
मी शिवसेना सोडणार नाही..
मरेन पण शरण जाणार नाही
जय महाराष्ट्र












Click it and Unblock the Notifications