ପାତ୍ର ଚାୱଲ ମାମଲାରେ ସଞ୍ଜୟ ରାଉତ ଅଟକ

ପାତ୍ର ଚାୱଲ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଅଟକ ରଖିଛନ୍ତି ED। ଦିନକ ପୂର୍ବରୁ ଇଡି ଅଧିକାରୀମାନେ ଏକ ମନି ଲଣ୍ଡରିଂ ମାମଲାରେ ରାଉତଙ୍କ ମୁମ୍ବାଇ ଘରେ ଚଢାଉ କରିଥିଲେ।

ମୁମ୍ବାଇ: ପାତ୍ର ଚାୱଲ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଅଟକ ରଖିଛନ୍ତି ED। ଦିନକ ପୂର୍ବରୁ ଇଡି ଅଧିକାରୀମାନେ ଏକ ମନି ଲଣ୍ଡରିଂ ମାମଲାରେ ରାଉତଙ୍କ ମୁମ୍ବାଇ ଘରେ ଚଢାଉ କରିଥିଲେ। ଆଜି ସକାଳ 7ଟା ବେଳୁ ସଞ୍ଜୟଙ୍କ ବାସଭବନରେ ଚଢାଉ ସମୟରେ ସଞ୍ଜୟଙ୍କୁ ଜେରା କରାଯାଇଥିଲା । ଏହାପରେ ବର୍ତ୍ତମାନ ଅଟକ ରଖିଥିବା ଖବର ଜଣା ପଡିଛି । ଏହି ମାମଲାରେ ତାଙ୍କ ପତ୍ନୀ ଏବଂ ଅଳ୍ପ କିଛି ସହଯୋଗୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

sanjay

ମୁମ୍ବାଇର ଗୋରେଗାଓଁରେ ପାତ୍ର ଚାଓ୍ବଲ ଲ୍ୟାଣ୍ଡରେ ଘୋଟାଲା ନେଇ ଜୁନ 28 ତାରିଖରେ ସଞ୍ଜୟଙ୍କୁ ଇଡିରେ ହାଜର ନେଇ ସମନ ଜାରି କରାଯାଇଥିଲା । କିନ୍ତୁ ସେହି ତାରିଖରେ ନ ଭେଡି କିଛି ସମୟ ମାଗିଥିଲେ ସଞ୍ଜୟ । ଏହାପରେ ଜୁନ 1 ତାରିଖରେ ହାଜର ହେବାକୁ ଦ୍ବିତୀୟ ଥର ସମନ ଜାରି କରିଥିଲା ଇଡି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସଞ୍ଜୟ ପହଞ୍ଚିବା ପରେ ତାଙ୍କୁ ପ୍ରାୟ 10 ଘଣ୍ଟା ଜେରା କରାଯାଇଥିଲା । ଏହି ମାମଲାରେ ସଞ୍ଜୟଙ୍କ ପତ୍ନୀଙ୍କୁ ମଧ୍ୟ ସମନ ଜାରି କରାଯାଇଥିଲା । ଏହା ପୂର୍ବରୁ ସଞ୍ଜୟଙ୍କ ଘନିଷ୍ଠ ସହଯୋଗୀ ତଥା ଗୁରୁ ଆଶିଷ ନିର୍ମାଣ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପ୍ରବୀଣ ରାଉତଙ୍କୁ ଗିରଫ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+