ବଳଭଦ୍ରଙ୍କୁ ସଞ୍ଜୟଙ୍କ କଡା ଯବାବ
ଧାନକିଣା ନେଇ ରାଜ୍ୟ ବିଜେପି ଓ ବିଜେଡି ମଧ୍ୟରେ ଟଣାଓଟାରର ଉତ୍ତରରେ ସଞ୍ଜୟ କହିଛନ୍ତି, ବିଜେପି ରାଜନୈତିକ ବୟାନବାଜି ନ କରି କେନ୍ଦ୍ର ପାଖରେ ଦାବି ରଖୁ ।
ଭୁବନେଶ୍ୱର: ବିଜେପି ଉପସଭାପତି ବଳଭଦ୍ର ମାଝୀଙ୍କୁ କଡ଼ା ଜବାବ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଧାନ କିଣା ନେଇ ରାଜ୍ୟ ବିଜେପି ଓ ବିଜେଡି ମଧ୍ୟରେ ଟଣାଓଟାରର ଉତ୍ତରରେ ସଞ୍ଜୟ କହିଛନ୍ତି, ବିଜେପି ରାଜନୈତିକ ବୟାନବାଜି ନ କରି କେନ୍ଦ୍ର ପାଖରେ ଦାବି ରଖୁ ।
ସେ କହିଛନ୍ତି, ବିଜେପି ଆତ୍ମସମୀକ୍ଷା କରୁ ଯେ, କାହିଁକି ଦେଶର ଲକ୍ଷ ଲକ୍ଷ ଚାଷୀ ରାଜରାସ୍ତାରେ ଅଛନ୍ତି। ମଣ୍ଡି ଚାଲର କୁମ୍ଭୀର କାନ୍ଦଣା ବନ୍ଦ କରୁ ବୁଜେପି । ମୁଁ ଚଳିତ ମାସ 3 ତାରିଖରେ ନବରଙ୍ଗପୁର ଯାଏ ଧାନ ସଂଗ୍ରହର ସମୀକ୍ଷା କରି ନିର୍ଦ୍ଦେଶ ଦେଇଥିଲି ଏକ ଲକ୍ଷ କ୍ବିଣ୍ଟାଲ ଧାନ ତୁରନ୍ତ ଉଠାଇବାକୁ ବ୍ୟବସ୍ଥା କରାଯାଉ। ପରବର୍ତ୍ତୀ ଅବସ୍ଥାରେ ଯାହା ଚାଷୀ ପଞ୍ଜିକରଣ ନେଇ ବ୍ୟବସ୍ଥା ଅଛି ସବୁ ଧାନ ଉଠାଇବେ ସରକାର।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦେଶର ଚାଷୀ 60ରୁ ଅଧିକ ଦିନ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଏବଂ ଯେଉଁ 3ଟି ବିଲ ପ୍ରତ୍ୟାହାର ପାଇଁ ଦାବି ହୋଇଛି, ସେଥିରେ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟ ସମସ୍ତେ ଅନୁଭଵ କରୁଛନ୍ତି। 2003-04ରେ MSP ନଥିଲା, FCI ପାଖରେ ହାତ ଟେକିଥିଲେ ଚାଷୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକେନ୍ଦ୍ରିକରଣ ବ୍ୟବସ୍ଥା କାର୍ଯ୍ୟକାରୀ କଲେ। ଯେଉଁଥି ପାଇଁ ଏବେ 55ଲକ୍ଷ ମେଟ୍ରିକ ଟନ ଧାନ ରାଜ୍ୟରେ ସଂଗ୍ରହ ହେଉଛି । 7ହଜାର କୋଟି MSP ଓଡ଼ିଶା ଚାଷୀଙ୍କୁ ଦିଆଯାଏ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରାଯାଉଛି। 8 ମାସରୁ ଏ ଯାଏ FCI 7800 କୋଟି ଟଙ୍କା ଦେଇ ନାହାନ୍ତି। ବିଜେପି ରାଜନୈତିକ ବୟାନବାଜି ନ କରି କେନ୍ଦ୍ର ଉପରେ ଦାବି ରଖୁ ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।












Click it and Unblock the Notifications