Get Updates
Get notified of breaking news, exclusive insights, and must-see stories!

ପୁରୀ ଏମାର ମଠରୁ ସିଂହ ମୂର୍ତ୍ତି ମିଳିବା ଘଟଣା: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ସମ୍ବିତ ପାତ୍ର

ଏମାର ମଠରୁ ଖନନ ବେଳେ ସିଂହ ମୂର୍ତ୍ତି ବାହାରିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ପୁରୀ: ସ୍ଥାନୀୟ ଏମାର ମଠରୁ ଖନନ ବେଳେ ସିଂହ ମୂର୍ତ୍ତି ବାହାରିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, 'ସତ କେବେ ଲୁଚି ରହେ ନାହିଁ, ଆଜି ନ ହେଲେ କାଲି ପ୍ରକାଶିତ ହେବ । ଯଦି ଇତିହାସକୁ ସୁରକ୍ଷିତ ରଖି ନ ପାରିବା, ପରପିଢ଼ି କ୍ଷମା ଦେବ ନାହିଁ ।'

Sambit Patra

ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସମ୍ବିତ ପାତ୍ର କହିଛନ୍ତି, ଖନନ ପୂର୍ବରୁ ଜିପିଆରଏସ୍ କରାଯାଇନାହିଁ । କ'ଣ କ୍ଷତି ହେବ ପ୍ରକଳ୍ପ କରିବା ପୂର୍ବରୁ ଗବେଷଣା କରିନଥିଲେ ରାଜ୍ୟ ସରକାର । ମାଟି ତଳେ ଅନେକ ଭଗ୍ନାବଶେଷ ଲୁଚି ରହିଛି ।

ଏମାର ମଠ ଖନନ ସ୍ଥଳରୁ ସିଂହ ମୂର୍ତ୍ତି ବାହାରିବା ଘଟଣା ପରେ ଖନନସ୍ଥଳରେ ଯାଞ୍ଚ କରିଥିଲା ଏଏସଆଇ ଟିମ । ଖନନସ୍ଥଳରୁ ମିଳିଥିବା ସିଂହ ମୂର୍ତ୍ତିଟି ଗଙ୍ଗବଂଶ ରାଜତ୍ୱ ସମୟର ବୋଲି ଅନୁମାନ କରାଯାଉଥିବା ଟିମ କହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+