ଫୋକସରେ ସମ୍ବଲପୁର ଲୋକସଭା ଆସନ; ଓଡିଶା ଦେଖିବ ବଡ଼ ଲଢ଼େଇ, ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ
ଚବିଶ ନିର୍ବାଚନରେ ଫୋକସରେ ରହିବ ସମ୍ବଲପୁର । ସମ୍ବଲପୁରରୁ ଲୋକସଭା ଆସନରୁ ଛିଡ଼ା ହେବେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶଙ୍କ ମଧ୍ୟରେ ବଡ ଫାଇଟ୍ ଦେଖିବାକୁ ମିଳିବ ।
୨୦୧୯ରେ ସମ୍ବଲପୁର ଲୋକସଭା ଆସନ ଦଖଲ କରିଥିଲା ବିଜେପି । ତେଣୁ ୨୦୨୪ରେ ସମ୍ବଲପୁରରେ ବିଜେପି ପୁଣି ବିଜୟ ବାନା ଉଡାଇବାକୁ ଚାହୁଥିବାବେଳେ ଏଥିରେ ବ୍ରେକ୍ ଲଗାଇ ଏହି ଆସନକୁ କବଜା କରିବା ଲକ୍ଷ୍ୟରେ ରହିଛି ବିଜେଡି ।

୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ଲଢ଼େଇ । ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ । ପୂର୍ବରୁ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ଲଢିବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ବାରମ୍ବାର ଗସ୍ତ କରୁଥିଲେ ପ୍ରଣବ ପ୍ରକାଶ ଦାସ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥୀତ୍ବକୁ ନେଇ ମୋହର ଲାଗିଛି ।
ପଶ୍ଚିମ ଓଡିଶାକୁ ଘନଘନ ଗସ୍ତ କରୁଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରୀ ହେଉ କି ଦଳୀୟ କାର୍ଯ୍ୟକ୍ରମ ସବୁଠି ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳୁଛି । ଏଥର ଓଡିଶାରୁ ଲୋକସଭା ନିର୍ବାଚନ ଲଢିବ ବୋଲି କହି ସାରିଛନ୍ତି ଧର୍ମେନ୍ଦ୍ର । ୨୦୦୯ରେ ହାରିବା ପରେ ପ୍ରଥମ ଥର ପ୍ରତ୍ୟକ୍ଷ ନିର୍ବାଚନ ଲଢିବେ ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ହେବା ପରେ ମଧ୍ୟ ଏହା ହେବ ତାଙ୍କର ପ୍ରଥମ ଅଗ୍ନିପରୀକ୍ଷା ।
ଗତଥର ନିର୍ବାଚନରେ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିଥିଲା ବିଜେପି । ୨୦୧୯ରେ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁରରୁ ହରାଇଥିଲେ ବିଜେପିର ନୀତେଶ ଗଙ୍ଗଦେବ । ବିଜୟ ବ୍ୟବଧାନ ଥିଲା ମାତ୍ର ୯ହଜାର ୧୬୨ । ସମ୍ବଲପୁରରେ ବିଜେପିର ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । ତେଣୁ ଧର୍ମେନ୍ଦ୍ରଙ୍କ ପାଇଁ ଏହା ସେଫ୍ ସିଟ୍ ହୋଇପାରେ ବୋଲି କୁହାଯାଉଥିଲା । ତେବେ ବବି ଦାସ ଛିଡ଼ା ହେବେ ପରେ ସ୍ଥିତି ଅଲଗା ରହିଛି ।












Click it and Unblock the Notifications