ଇଣ୍ଡିଆ ମେଣ୍ଟକୁ ନେଇ ସଚିନଙ୍କ ଭବିଷ୍ୟବାଣୀ , କହିଲେ ଜନତା...
ନାଗପୁର:ମହାରାଷ୍ଟ୍ରର ନାଗପୁରରେ କଂଗ୍ରେସ ତାହାର ୧୩୯ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଆଉ ଦଳର ପ୍ରତିଷ୍ଠା ଦିବସରେ କଂଗ୍ରେସ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ କଂଗ୍ରେସ ବଡ଼ ବଡ଼ ନେତା ମଧ୍ୟ ସାମିଲ ହୋଇଥିଲେ । ଆଉ ଏଥିରେ ମଧ୍ୟ ରାଜସ୍ଥାନର ଟୋଙ୍କ ବିଧାୟକ ସଚିନ ପାଇଲଟ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଉ ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଦେଶର ଲୋକମାନେ ନିଷ୍ପତ୍ତି ନେଇ ସାରିଛନ୍ତି ଏବଂ ଭାରତ ମିଳିତ ମଞ୍ଚ ସମଗ୍ର ଦେଶରେ ଏନଡିଏକୁ ହରାଇବ ଆଉ ଅମେ ସରକାର ଗଠନ କରିବୁ ବୋଲି କହିଛନ୍ତି ସଚ୍ଚିନ୍ ।
ସଚିନ ପାଇଲଟ ଆହୁରି କହିଛନ୍ତି ଯେ ପ୍ରତିଶୋଧର ଭାବନା ସହିତ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି, ଏହା ସହ ବିରୋଧୀଙ୍କ ଭାବମୂର୍ତ୍ତିକୁ ଅପବିତ୍ର କରିବାକୁ ଚେଷ୍ଟା କରାଯାଉଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ଏବଂ ବିରୋଧୀଦଳର ନେତାମାନଙ୍କୁ ସୁଚିନ୍ତିତ ଭାବେ ଟାର୍ଗେଟ କରାଯାଉଛି, କିନ୍ତୁ ଏହି ଯାଞ୍ଚକୁ କେହି ଭୟ କରନ୍ତି ନାହିଁ । କେନ୍ଦ୍ର ସରକାରଙ୍କ ଏଭଳି ଚିନ୍ତାଧାରାକୁ ଜନସାଧାରଣ ଠିକ୍ ଭାବରେ ବୁଝିସାରିଲେଣିି ।

ସେ ଆହୁରି କହିଥିଲେ, ଇଣ୍ଡିଆ ଆଲାଏନ୍ସ ଏବଂ କଂଗ୍ରେସ ପାର୍ଟି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛିି । ଲକ୍ଷ ଲକ୍ଷ ଲୋକ ନାଗପୁରକୁ କିପରି ଆସିଛନ୍ତି ତାହା ହେଉଛି ଏକ ବଡ଼ ସଂକେତ ଯେ ଜନସାଧାରଣ କେନ୍ଦ୍ର ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେଇସାରିଛନ୍ତି । ଲୋକ ମାନେ ଆମ ସହିତ ଅଛନ୍ତି । ଆମେ ନିର୍ବାଚନରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରିବୁ । ଏବଂ ଇଣ୍ଡିଆ ଆଲାଏନ୍ସ ଏନଡିଏକୁ ପରାସ୍ତ କରି ସାରା ଦେଶରେ ସରକାର ଗଠନ କରିବ ବୋଲି ଦାବି କରି କହିଛନ୍ତି ସଚ୍ଚିନ୍












Click it and Unblock the Notifications