ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ 'ରୁସା' ଦେଇଛି ୩୯୫ କୋଟି: ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ମିଳିଛି ୩୯୫.୪୨ କୋଟି ଟଙ୍କା । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମିଳିଛି

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ମିଳିଛି ୩୯୫.୪୨ କୋଟି ଟଙ୍କା । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମିଳିଛି ଏହି ଅର୍ଥରାଶି । ତେବେ ସଂସଦରେ ଏ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କଥା କହିଛନ୍ତି ।

Dharmendra Pradhan

ରୁଷା ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ମହାବିଦ୍ୟାଳୟ ଗୁଡ଼ିକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ତଥା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଭିତିଭୂମିର ବିକାଶ, ଡିଗ୍ରୀ କଲେଜକୁ ଆଦର୍ଶ ଡ଼ିଗ୍ରୀ କଲେଜ ଭାବରେ ବିକଶିତ, ନୂତନ ମଡ଼େଲ ଡିଗ୍ରୀ କଲେଜ୍ ସ୍ଥାପନା ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବଢ଼ାଇବା ପାଇଁ କେନ୍ଦ୍ରୀୟ ଅଂଶର ୩୯୫.୪୨ କୋଟି ଓଡ଼ିଶାକୁ ଦିଆଯାଇଛି । ଓଡ଼ିଶାର ୩୦ଟି ଜିଲ୍ଲାରେ ୧୬୧ଟି ଶିକ୍ଷାନୁଷ୍ଠାନକୁ ଏହି ଅର୍ଥ ପ୍ରଦାନ କରାଯାଇଛି ।

ରୁସା ଅଧୀନରେ ଅନୁଗୁଳର ୫ ଶିକ୍ଷାନୁଷ୍ଠାନ, ବଲାଙ୍ଗୀରରେ ୪ଟି, ବାଲେଶ୍ୱରରେ ୧୪, ବରଗଡ଼ରେ ୫, ବୌଦ୍ଧରେ ୨, ଭଦ୍ରକରେ ୪, କଟକରେ ୧୧, ଦେବଗଡ଼ରେ ୨, ଢ଼େଙ୍କାନାଳ ୬, ଗଜପତି ୪, ଗଞ୍ଜାମ ୧୦, ଜଗତସିଂହପୁର ୪, ଯାଜପୁରରେ ୭, ଜୟପୁରରେ ଗୋଟିଏ, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୫, କନ୍ଧମାଳରେ ୪, କେନ୍ଦ୍ରାପଡ଼ାରେ ୫, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୧୬, କୋରାପୁଟରେ ୪, ମାଲକାନଗିରିରେ ୨, ମୟୂରଭଞ୍ଜରେ ୮, ନବରଙ୍ଗପୁରରେ ଗୋଟିଏ, ନୟାଗଡ଼ରେ ୪, ନୂଆପଡ଼ାରେ ୩, ପୁରୀରେ ୫, ରାୟଗଡ଼ାରେ ୩, ସମ୍ବଲପୁରରେ ୬, ସୋନପୁରରେ ୨, ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୫ଟି ଶିକ୍ଷାନୁଷ୍ଠନକୁ ରୁସା ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+