ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ
ପିପିଲି-ଡେଲାଙ୍ଗ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ। ବିଧାନସଭାରେ ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ଭୁବନେଶ୍ୱର: ପିପିଲି-ଡେଲାଙ୍ଗ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ। ବିଧାନସଭାରେ ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାଜିତ କରି ବାପାଙ୍କ ଗଡ ବଜାୟ ରଖିଛନ୍ତି ପୁଅ ରୁଦ୍ର । ବାପା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ-ନିର୍ବାଚନ ହୋଇଥିଲା ।

ବିଧାୟକ ଭାବେ ଶପଥ ନେବା ପରେ ରୁଦ୍ର କହିଛନ୍ତି, ବାପାଙ୍କ ଦେହାନ୍ତ ପରେ ଅନେକ ଅଧୁରା କାମ ବଳକା ରହି ଯାଇଛି ତାହାକୁ ଆଗ ପୂରଣ କରିବି । ସବୁ ପଞ୍ଚାୟତକୁ ଯିବି ସମସ୍ୟା ବୁଝିବା ସହ ସଙ୍ଗେ ସଙ୍ଗେ ସମାଧାନ କରିବାକୁ ଚେଷ୍ଟା କରିବି । କିଛି ପ୍ରଲୋଭନ କି ପ୍ରତିଶ୍ରୁତି ଦେଇ ଆସିନଥିଲି, ମାଟି ପାଇଁ କାମ କରିବାକୁ କହିକି ଆସିଥିଲି ଆଉ ମାଟି ପାଇଁ କାମ ନିଶ୍ଚୟ କରିବି । ପିପିଲିବାସୀ ଏତେ ଭଲପାଇବା ଦେଇ ମୋତେ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସେମାନଙ୍କ ଭଲପାଇବା ଓ ଭରସାକୁ କେବେ ଭାଙ୍ଗିବି ନାହିଁ । ସମସ୍ତ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୁଦ୍ର ।
ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ଭାବେ ରୁଦ୍ର ନିର୍ବାଚିତ ହେବା ପରେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୪ରେ ପହଞ୍ଚିଛି ।












Click it and Unblock the Notifications