ରାଉରକେଲା ବିଧାନସଭା: ୧୦ ବର୍ଷ ପରେ ପୁଣି ଫାଇଟ୍, କାହା ପକ୍ଷରେ ଜନତା
Rourkela Assembly Election 2024: ରାଜ୍ୟରେ ନିର୍ବାଚନୀ ମାହୋଲ୍ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ସରୁଛି ପ୍ରଚାର । ଦିନକ ପରେ ୫ ଲୋକସଭା ସହ ୩୫ ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍ ।
ଏଥି ମଧ୍ୟରେ ରାଉରକେଲା ବିଧାନସଭା ଆସନ ଉପରେ ରହିଛି ରାଜନୈତିକ ବିଶେଷଜ୍ଞଙ୍କ ନଜର । ସୁନ୍ଦରଗଡ଼ ଲୋକସଭା ଅଧୀନରେ ଆସୁଥିବା ଏହି ବିଧାନସଭା ଆସନକୁ ନେଇ ସବୁଠି ଚର୍ଚ୍ଚା । ୧୦ ବର୍ଷ ପରେ ପୁଣି ମୁହାଁମୁହିଁ ହୋଇଛନ୍ତି ଦୁଇ ହେଭିୱେଟ୍ । ଜଣେ ଦୁଇଥର ବିଧାୟକ ରହିଥିବା ବେଳେ ଅନ୍ୟ ଜଣେ ୨୦୧୪ରେ ନିର୍ବାଚିତ ହେବା ପରେ ନିରାଶ ହୋଇଥିଲେ । ଏହା ପରେ ପୁଣି ଏଥର ପରସ୍ପରକୁ ଦେଉଛନ୍ତି କଡା ଟକ୍କର । ୨୦୧୯ ନିର୍ବାଚନରେ ରାଉରକେଲା ଆସନ ବିଜେଡି ଖାତାକୁ ଯାଇଥିଲା । ଏଥର ପୁଣି ବିଜେଡି ଏହାକୁ ନିଜ ପକ୍ଷରେ ରଖିପାରିବ ନା ବିଜେପି ଛଡ଼ାଇ ନେବ ତା' ଉପରେ ସମସ୍ତଙ୍କ ନଜର ରହିଛି ।

୧୯୬୭ ମସିହାରେ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ହୋଇଥିବା ରାଉରକେଲା ରାଜ୍ୟ ରାଜନୀତିରେ ବେଶ୍ ଭୂମିକା ଗ୍ରହଣ କରେ । ଏଥି ମଧ୍ୟରେ ରାଉରକେଲାରେ ଦେଖିବାକୁ ମିଳିଛି ରୋଚକ ଲଢ଼େଇ । ବିଜେପି ଏହାର ପୁରୁଣା ହେଭିୱେଟ୍ ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ପ୍ରତିଦ୍ୱନ୍ଦୀ ଭାବେ ବିଜେଡ଼ିରୁ ଲଢୁଛନ୍ତି ସାରଦା ପ୍ରସାଦ ନାୟକ । ସାରଦାଙ୍କ ହାତରୁ ଏହି ଆସନ ହାତେଇବା ପାଇଁ ଜୋରଦାର ପ୍ରୟାସ କରିଛି ବିଜେପି ।
ଯଦିଓ ସାରଦା ଏହି ଆସନରୁ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି, କିନ୍ତୁ ଏଥର ଲଢେଇ ଜବରଦସ୍ତ ହେଉଥିବା କୁହାଯାଉଛି । ରାଉରକେଲା ନିର୍ବାଚନୀ ମଇଦାନରେ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ପରେ ବିଜେଡିକୁ ଅଧିକ ଝାଳ ବୁହାଇବାକୁ ପଡ଼ିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । ତେବେ ଏଠାକାର ଭୋଟର କାହା ଆଡ଼କୁ ଢଳିବେ ତାହା ଦେଖିବାକୁ ବାକି ରହିଲା ।
ଦିଲ୍ଲୀପ ବନାମ ସାରଦା
୧୦ ବର୍ଷ ପରେ ସାମ୍ନାସାମ୍ନି ହୋଇଛନ୍ତି ଦୁଇ ପ୍ରତିଦ୍ୱନ୍ଦୀ ଦିଲ୍ଲୀପ ଏବଂ ସାରଦା । ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜ୍ୟ ରାଜନୀତିରେ ପାଦ ଥାପିଥିବା ଦିଲ୍ଲୀପ ବିଜେଡିର ସଂସ୍ଥାପକ ସଦସ୍ୟ ଓ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ରହିଥିଲେ । ଦିଲୀପ ରାୟ ରାଉରକେଲାରୁ ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ଏବଂ ୨୦୧୪ରେ ବିଜେପି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ।
ସେପଟେ ବିଜେଡିର ବେଶ୍ ଜଣାଶୁଣା ସଂଗଠକ ଓ ଲୋକପ୍ରିୟ ନେତା ସାରଦା ପ୍ରସାଦ ନାୟକ । ସେ ରାଉରକେଲାରୁ ବିଜେଡି ଟିକେଟରେ ୨୦୦୪, ୨୦୦୯ ଓ ୨୦୧୯ରେ ବିଧାୟକ ହୋଇଛନ୍ତି । ଯେଉଁ ତିନିଟି ନିର୍ବାଚନ ସାରଦା ଜିତିଛନ୍ତି, ସେଥିରେ ଦିଲ୍ଲୀପଙ୍କ ସହ ତାଙ୍କର ମୁକାବିଲା ହୋଇନି। ୨୦୧୪ରେ ଦିଲ୍ଲୀପ ରାୟ ଏବଂ ସାରଦା ନାୟକ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ଏଥିରେ ଦିଲ୍ଲୀପ ସାରଦାଙ୍କୁ ପ୍ରାୟ ୧୧ ହଜାର ଭୋଟରେ ପରାସ୍ତ କରିଥିଲେ। ଏଣୁ ଚଳିତ ବର୍ଷର ଲଢ଼େଇ ସାରଦାଙ୍କ ପାଇଁ ସମ୍ମାନର ଲଢ଼େଇ ହେବାକୁ ଯାଉଛି।
କାହା ପକ୍ଷରେ ହାୱା ?
ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି। ତେବେ ସହରର ବିକାଶ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି। ତେଣୁ ଏଠାରେ ନିର୍ବାଚନରେ କେବଳ ପ୍ରଚାର ନୁହେଁ କାମ ଦେଖି ଜନତା ଭୋଟ୍ ଦେବାର ସମ୍ଭାବନା ରହିଛି।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications