ନବୀନ ନିବାସରେ ସମ୍ବଲପୁର, ସୁନ୍ଦରଗଡ ଓ ଢେଙ୍କାନାଳ ବିଜେଡ଼ିରେ ସମୀକ୍ଷା

ଆଜି ନବୀନ ନିବାସରେ ସମ୍ବଲପୁର ଲୋକସଭା କ୍ଷେତ୍ରର ସମୀକ୍ଷା । ଜିଲ୍ଲା ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ଅଛନ୍ତି । ସମ୍ବଲପୁର ପରେ ସୁନ୍ଦରଗଡ଼ ପାଇଁ ସମୀକ୍ଷା କରିବେ । ବିଜେଡିବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି ।

ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବ ଦାସଙ୍କ ପୁଅ ବିଶାଳ ଦାସ, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ସାମିଲ ହୋଇଛନ୍ତି ।

Naveen niwas

ସେହିପରି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜେଡତ ନେତା ମଙ୍ଗଳା କିଷାନ, ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ସାରଦା ନାୟକ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ନବୀନ ନିବାସରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା ହେବ । ଜିଲ୍ଲା ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ରହିଛନ୍ତି । ସମ୍ବଲପୁର, ସୁନ୍ଦରଗଡ଼ ପରେ ଢେଙ୍କାନାଳ ପାଇଁ ବିଜେଡିର ସମୀକ୍ଷା ହେବେ ।

ତେବେ ଜାତୀୟ ଗଣମାଧ୍ୟମ ସଂସ୍ଥାରୁ ସୂଚନା ଅନୁଯାୟୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ଏହାବ୍ୟତୀତ ପୁରୀରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ମିଳିପାରେ । ତେବେ ବୈଠକରେ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ଆନ୍ଧ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ ଇତ୍ୟାଦି ରାଜ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି ।

ଶନିବାର ବିଳମ୍ବିତ ରାତିରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି କଂଗ୍ରେସ ।ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୫ ଜଣଙ୍କ ନାଁ ରହିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ରାଜଗଡ଼ରୁ ଠିଆ ହେବେ।

କଂଗ୍ରେସ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତର ପ୍ରଦେଶରେ ୮୦ଟି ଲୋକସଭା ଆସନ ଥିବା ବେଳେ କଂଗ୍ରେସ ୧୭ଟିରେ ଲଢ଼ିବ। ସମାଜବାଦୀ ପାର୍ଟି ସହିତ ହୋଇଥିବା ଆସନ ଭାଗବଣ୍ଟାରେ କଂଗ୍ରେସ ୧୭ଟି ଆସନ ପାଇଛି। ଏହି ୧୭ଟି ରୁଦଳ ଗତକାଲି ୯ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+