ବିଧାନସଭା ନିର୍ବାଚନ ଫଳାଫଳ ଦେଶରେ ନୂତନ ରାଜନୈତିକ ସମୀକରଣକୁ ଜନ୍ମ ଦେବ

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ବିଧାନ ସଭା ନିର୍ବାଚନ ଭୋଟ ଗଣନା ହେଉଛି। 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହି ପାଞ୍ଚଟି ରାଜ୍ୟର ଫଳାଫଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ। ଦିଲ୍ଲୀରେ ସରକାର ଗଠନ ପାଇଁ ଲକ୍ଷ୍ନୋର ରାସ୍ତା ପ୍ରଶସ୍ତ ହେବ ଆବଶ୍ୟକ ବୋଲି କୁହାଯାଏ। ଅର୍ଥାତ ୟୁପିରେ ଭଲ ପ୍ରଦର୍ଶନ କଲେ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ସହାୟକ ହୋଇଥାଏ। ଲୋକ ସଭା ଆସନରେ ପ୍ରାୟ 15 ପ୍ରତିଶତ ଆସନ କେବଳ ୟୁପିରୁ ଆସିଥାଏ। ସେହିପରି ଆଉ ଏକ ସମୀକରଣ ଏହି ନିର୍ବାଚନକୁ ଗୁରୁତ୍ଵପୂର୍ଣ କରିଦେଇଛି। ପଞ୍ଜାବରେ କଂଗ୍ରେସର ପରାଜୟ ଏବଂ ଆମ ଆଦମି ପାର୍ଟିର ଉତ୍ଥାନ ଦେଶରେ ନୂତନ ରାଜନୈତିକ ସମୀକରଣକୁ ଜନ୍ମ ଦେଇଛି।

bjp congress

ଏହି ନିର୍ବାଚନ ପରେ ଦେଶରେ କଂଗ୍ରେସର ସ୍ଥାନ ଆମ ଆଦମି ପାର୍ଟି ନେବ ବୋଲି ଆକଳନ କରାଯାଉଛି। ସେହିପରି ସମ୍ଭାବ୍ୟ ତୃତୀୟ ମୋର୍ଚ୍ଚା ଗଠନ ହେଲ ଏଥିରେ ଆମ ଆଦମୀ ପାର୍ଟିକୁ ଅଧିକ ପ୍ରାଧାନ୍ଯ ମିଳିବ ବୋଲି ଆଶା କରାଯାଉଛି। ଏହି ନିର୍ବାଚନ ପରେ କଂଗ୍ରେସରେ ନେତୃତ୍ଵ ପରିବର୍ତ୍ତନ ନେଇ ଉଠିଥିବା ସ୍ଵର ମଧ୍ୟ ଅଧିକ ଶାଣିତ ହୋଇପାରେ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+