ଝାରସୁଗୁଡ଼ା ଉପନିର୍ବାଚନ:କଂଗ୍ରେସ ସଭାପତିଙ୍କ ଇସ୍ତଫା
ଝାରସୁଗୁଡ଼ା:ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରଗରମ ରାଜନୈତିକ ମାହୋଲ । ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର । ହେଲେ ଏହାରି ମଧ୍ୟରେ କଂଗ୍ରେସକୁ ଲାଗିଛି ଝଟକା । ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ କୁମାର ମିଶ୍ର । ସେ ନିଜ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟରୁ ପଠାଇ ଥିବା ନେଇ ସୂଚନା ରହିଛି । ହେଲେ ସେ ଏବେ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ଥିବାନେଇ ସ୍ପଷ୍ଚ କରିଛନ୍ତି ।

ସୂଚନାଅନୁସାରେ, ଝାରସୁଗୁଡା ଉପନିର୍ବାଚନରେ ଟିକେଟ୍ ଆଶାୟୀ ଥିଲେ ଅଶୋକ କୁମାର ମିଶ୍ର । ହେଲେ ଦଳ ପକ୍ଷରୁ ତରୁଣ ପାଣ୍ତେଙ୍କୁ ପାର୍ଥୀ ଘୋଷଣା ଘୋଷଣା କରାଯାଇଥିଲା । ତେବେ ଜିଲ୍ଲା ସଭାପତି ଦାୟିତ୍ୱରେ ଥିଲେ ମଧ୍ୟ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଉନଥିଲା ଯେଉଁଥି ପାଇଁ ସେ ଇସ୍ତଫା ଦେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ବର୍ତ୍ତମାନ ସେ ଆଉ କେଉଁ ଦଳରେ ଯୋଗ ଦେଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ତେବେ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି । ସେହି ଆସନରୁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏ ନେଇ ଦଳ ପକ୍ଷରୁ ତାଙ୍କର ନାଁ ଘୋଷଣା କରାଯାଇଥିଲା । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତା ପୂର୍ବରୁ ୧୫ ତାରିଖରେ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି ।












Click it and Unblock the Notifications