ରାଜସ୍ଥାନ ଏହି ଆସନରେ ହେବ ସାନି ମତଦାନ
Rajasthan Lok Sabha Election 2024: ରାଜସ୍ଥାନରେ ଲୋକସଭା ନିର୍ବାଚନ 2024 ପାଇଁ ସମସ୍ତ ଆସନରେ ମତଦାନ 26 ଏପ୍ରିଲରେ ଶେଷ ହୋଇଛି । ହେଲେ ରାଜ୍ୟର ଗୋଟିଏ ଆସନରେ ପୁଣି ମେ'୨ ତାରିଖରେ ଭୋଟିଂ ହେବ । ଅଜମେର ଲୋକସଭା ଆସନରେ ବଡ ବିଶୃଙ୍ଖଳା ହୋଇଥିବାରୁ ନିର୍ବାଚନ ଆୟୋଗ ଏଠାରେ ପୁନର୍ବାର ମତଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
लोकसभा चुनाव 2024@ECISVEEP@CeoRajasthan#rajasthan #DIPRRajasthan #ChunavKaParv #DeshKaGarv #ECI #Election2024 #GeneralElections2024 #LoksabhaElection2024 pic.twitter.com/ywAkIlRirb
— सूचना एवं जनसम्पर्क विभाग, राजस्थान सरकार (@DIPRRajasthan) May 1, 2024
ସୂଚନାଯୋଗ୍ୟ ଯେ ଅଜମେର ଲୋକସଭା ନିର୍ବାଚନମଣ୍ଡଳୀର ନନ୍ଦାସୀ ଗ୍ରାମରେ ଥିବା ଏକ ମତଦାନ କେନ୍ଦ୍ରରେ 195 ମତଦାନ କେନ୍ଦ୍ରର ରେଜିଷ୍ଟର ନିଖୋଜ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ଯେତେବେଳେ କର୍ମଚାରୀ ମାନେ ଇଭିଏମ୍ ସଂଗ୍ରହ କରିବାକୁ ଯାଉଥିବା ବେଳେ ବୁଥ୍ ସହ ଜଡିତ କାଗଜପତ୍ର ଏବଂ ଜିନିଷ ନଷ୍ଟ ହୋଇଯାଇଥିଲା । ସେଥି ପାଇଁ ପୁଣିଥରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।

ପ୍ରବୀଣ ଗୁପ୍ତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଆସନରେ ସାନି ମତଦାନ କରାଯିବ ନେଇ ପ୍ରସ୍ତୁତି ଚାଲିଛି । ଏହି ବୁଥରେ ମୋଟ୍ ଭୋଟରଙ୍କ ସଂଖ୍ୟା ୭୫୩ ରହିଛି । ମେ'୨ ତାରିଖରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏଠାରେ ମତଦାନ ଜାରି ରହିବ । ପୋଲିଂ ବୁଥ୍ ରାଜକିୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିର୍ବାଚନ ଅନୁଷ୍ଠିତ ହେବ ।
ସୂଚନା ଅନୁସାରେ, ରାଜସ୍ଥାନରେ ମୋଟ ୨୫ଟି ଲୋକସଭା ଆସନ ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ୧୨ଟି ଆସନରେ ମତଦାନ ହୋଇଥିଲା। ଏଥି ସହିତ ୨୬ ଏପ୍ରିଲରେ ୧୩ଟି ଆସନରେ ଭୋଟ୍ ସମାପ୍ତ ହୋଇଥିଲା।












Click it and Unblock the Notifications