ଆଜି ଅରୁଣାଚଳ ପ୍ରଦେଶରେ ୮ଟି ସ୍ଥାନରେ ବିଧାନସଭା ନିର୍ବାଚନ
Arunanchal Pradesh Repolling: ଲୋକସଭା ନିର୍ବାଚନ ୨୦୨୪ ଏବଂ ୧୯ ଏପ୍ରିଲରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ହିଂସା ଘଟିବା ପରେ ୨୪ ଏପ୍ରିଲ ବୁଧବାର ଦିନ ଅରୁଣାଚଳ ପ୍ରଦେଶର ୮ଟି ବୁଥରେ ଆଜି ସାନି ମତଦାନ ।

ରବିବାର ଦିନ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା ଯେ, ଅରୁଣାଚଳ ପ୍ରଦେଶର ୮ଟି ବୁଥରେ ବିଧାନସଭା ପାଇଁ ପୁନଃ ନିର୍ବାଚନ ପାଇଁ ମତଦାନ ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହେବ। ପିଟିଆଇ ରିପୋର୍ଟ ଅନୁଯାୟୀ ଜଣେ ଅଧିକାରୀ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ରେ ହିଂସା ଏବଂ କ୍ଷତି ଘଟିଥିବାର ଖବର ଆସିଛି।
ଉତ୍ତର-ପୂର୍ବ ରାଜ୍ୟର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ମଧ୍ୟରୁ ୫୦ ବିଧାୟକଙ୍କୁ ବାଛିବା ପାଇଁ ମୋଟ୍ ୮.୯୨.୬୯୪ ଭୋଟରଙ୍କ ମଧ୍ୟରୁ ପ୍ରାୟ ୭୬.୪୪ ପ୍ରତିଶତ ଭୋଟର ୧୯ ଏପ୍ରିସଲରେ ଭୋଟ ଦେଇଥିଲେ । ସତାରେ ଥିବା ବିଜେପି ସରକାର କୌଣସି ବିରୋଧର ସମ୍ମୁଖୀନ ନ ହୋଇ ୧୦ଟି ବିଧାନସଭା ଆସନ ଜିତ୍ ହାସଲ କରିଥିଲା ।
ସୂଚନାଥାଉ ଯେ, ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୧ଟି ବୁଥରେ ହିଂସା ପରେ ମଣିପୁରର କିଛି ସ୍ଥାନରେ ସାନି ମତଦାନ କରାଯାଇଥିଲା। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।












Click it and Unblock the Notifications