କଂଗ୍ରେସ ଭବନରେ ଭଙ୍ଗାରୁଜା: ସକାଳେ ଭାଙ୍ଗିଥିଲେ, ପୁଣି ସନ୍ଧ୍ୟାରେ ଭାଙ୍ଗିଲେ
କଂଗ୍ରେସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ କଂଗ୍ରେସ ଭବନ ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।
ଭୁବନେଶ୍ୱର: କଂଗ୍ରେସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ କଂଗ୍ରେସ ଭବନ ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ୬ଟା ପାଖାପାଖି ସମୟ ହେବ ଏପରି ଘଟଣା ଘଟିଥିଲା ।

ଆଉ ସନ୍ଧ୍ୟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ପିସିସି ସଭାପତି ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମଫଳକ ଭାଙ୍ଗା ଯାଇଛି। ଏପରିକି ଚ୍ୟାମ୍ବର ସାମ୍ନାରେ ଚେୟାର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। କେତେକ ଯୁବକ ଅଫିସ୍ରେ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ମାତ୍ର କିଏ ଓ କେଉଁ ଉଦ୍ଦେଶ୍ୟରେ ଆକ୍ରମଣ କରିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।












Click it and Unblock the Notifications