ବିଜେପିରେ ସାମିଲ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ
ବିଜେପିରେ ସାମିଲ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ।
ବିଜେଡ଼ିରୁ ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ। ଆଜି ବିଜେପିରେ ସାମିଲ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ। ଶତାଧିକ ସହଯୋଗୀଙ୍କ ସହ ପହଁଚି କତଡା ନିକଟରେ ଚାଲିଥିବା ବୁଥ ସ୍ତରୀୟ ବିଜେପି କର୍ମଶାଳାରେ ସାମିଲ ହୋଇଛନ୍ତି ।
ତେବେ ଏ ନେଇ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି ଯେ, ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଲୋଚନା କରିବା ସହ ଆୟୋଜିତ ମିଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କଲି ।

ସଂଘର୍ଷ ଓ ତ୍ୟାଗର ଭୂମିରେ ବୀର ସୁରେନ୍ଦ୍ର ସାଏଙ୍କ ଅନୁଯାୟୀ ରମେଶ ସାଏ ବିଜେପିରେ ଯୋଗଦେଇ ଓଡ଼ିଆ ଅସ୍ମିତା ସାଙ୍ଗରେ ଯିବାର ନିଷ୍ପତି ନେବା ସ୍ୱାଗତଯୋଗ୍ୟ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତିକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ ।
ଆଠମଲ୍ଲିକ ଓ ଅନୁଗୋଳ ସମେତ ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନତାଙ୍କ ଆସ୍ଥା ବଢ଼ିଛି । ଆଜିର ଯୋଗଦାନ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତିକୁ ଅଧିକ ମଜଭୂତ୍ କରିବ । ଓଡ଼ିଶାରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର କରିବା ପାଇଁ ଆମର ସଂକଳ୍ପ ସଶକ୍ତ ହେବ ।












Click it and Unblock the Notifications